ଓଡିଶା

odisha

ETV Bharat / state

ନନ୍ଦିଘୋଷରେ ବିରାଜିଲେ ନୀଳାଦ୍ରିନାଥ

କୋରୋନା କଟକଣା ଭିତରେ ଘରେ ରହି ଟେଲିଭିଜନ ମାଧ୍ୟମରେ କାଳିଆ ସାଆନ୍ତେଙ୍କ ଦିବ୍ୟ, ଭବ୍ୟ, ମନୋଜ୍ଞ, ଯାତ୍ରା ଦେଖି ଭାବ ବିହ୍ବଳିତ ହେଉଛନ୍ତି ଭକ୍ତଜନ । ଟାହିଆ ହଲେଇ ଝୁଲେଇ…ହଲି ହଲି..ରଙ୍ଗ ଅଧରରେ ହସି ହସି ବଡ ଦେଉଳରୁ କଳାଶ୍ରୀମୁଖରେ ବାହାରିଛନ୍ତି ମହାପ୍ରଭୁ । ଶ୍ୟାମଳ ମେଘ ପ୍ରାୟ ଶରୀର ଦର୍ଶନ । ନନ୍ଦିଘୋଷରେ ବିରାଜିଛନ୍ତି ନୀଳାଦ୍ରିନାଥ ।

By

Published : Jun 23, 2020, 9:47 AM IST

ନନ୍ଦିଘୋଷରେ ବିରାଜିଲେ ନୀଳାଦ୍ରିନାଥ
ନନ୍ଦିଘୋଷରେ ବିରାଜିଲେ ନୀଳାଦ୍ରିନାଥ

ପୁରୀ: ଭାବବିନୋଦିଆ କାଳିଆ ଠାକୁର ରତ୍ନସିଂହାସନରୁ ରଥଯାତ୍ରା ପାଇଁ ବାହାରିଛନ୍ତି । କୋରୋନା କଟକଣା ଭିତରେ ଘରେ ରହି ଟେଲିଭିଜନ ମାଧ୍ୟମରେ କାଳିଆ ସାଆନ୍ତେଙ୍କ ଦିବ୍ୟ, ଭବ୍ୟ, ମନୋଜ୍ଞ, ଯାତ୍ରା ଦେଖି ଭାବ ବିହ୍ବଳିତ ହେଉଛନ୍ତି ଭକ୍ତଜନ । ଟାହିଆ ହଲେଇ ଝୁଲେଇ…ହଲି ହଲି..ରଙ୍ଗ ଅଧରରେ ହସି ହସି ବଡ ଦେଉଳରୁ କଳାଶ୍ରୀମୁଖରେ ବାହାରିଛନ୍ତି ମହାପ୍ରଭୁ । ଶ୍ୟାମଳ ମେଘ ପ୍ରାୟ ଶରୀର ଦର୍ଶନ । ନନ୍ଦିଘୋଷରେ ବିରାଜିଛନ୍ତି ନୀଳାଦ୍ରିନାଥ ।

ନନ୍ଦିଘୋଷରେ ବିରାଜିଲେ ନୀଳାଦ୍ରିନାଥ

ସମସ୍ତ ନୀତିକାନ୍ତି ପରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ତାପରେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ସମାପନ ହୋଇଛି । ଏବେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ନନ୍ଦିଘୋଷରେ ବିରାଜିଛନ୍ତି । ବଡ଼ ଟାହିଆ ବାନ୍ଧି ଝୁଲି ଝଲି ବିଜେ କରୁଛନ୍ତି କାଳିଆ ସାଆନ୍ତ । ହରିବୋଲ, ଖଙ୍ଖ ଓ ଘଣ୍ଟ ଧ୍ବନିରେ ମୁଖରିତ ହୋଇଉଠିଛି ଶ୍ରୀକ୍ଷେତ୍ର । ମସ୍ତକରେ ସୁଶୋଭିତ, ଦୁର୍ଲ୍ଲଭ ମୟୂରପୁଚ୍ଛ ସଦୃଶ ,ଟାହିଆ ଆଭୂଷଣ ଲାଗି ହୋଇଥାଏ

ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀକ୍ଷେତ୍ର ସାଆନ୍ତ । ବିନା ଭକ୍ତରେ ଭାବଗ୍ରାହୀଙ୍କ ସର୍ବବିଦିତ ଯାତ୍ରା ଅନୁଷ୍ଠିତ ହେଉଛି । ତଥାପି ଭେରୀ, ତୁରୀ, କାହାଳୀ, ଘଣ୍ଟ ମର୍ଦ୍ଦଳ, ଖୋଳ, କରତାଳ ଝାଞ୍ଜ, ମୃଦଙ୍ଗ ହରିବୋଲ, ହୁଳହୁଳିରେ ଫାଟି ପଡୁଛି ବଡଦାଣ୍ଡ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details