ପୁରୀ:ଆସନ୍ତାକାଲି ମହାପ୍ରଭୁଙ୍କ ଜଗନ୍ନାଥଙ୍କର ଦୁର୍ଲଭ ପଦ୍ମବେଶ ହେବ । ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗର ଏହି ବେଶ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ପଣ୍ଡୁ ପୁର୍ଣ୍ଣିମାରୁ ମହାପ୍ରଭୁଙ୍କ ପଦ୍ମବେଶ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ । ସୋଲ, ଜରି, ଜମ୍ବୁରା, କଇଁଥ ଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାରର କପଡା ବ୍ୟବହାର କରି ଏହି ବେଶ ତିଆରି କରାଯାଉଛି ।
ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କର ଦୁର୍ଲ୍ଲଭ ପଦ୍ମବେଶ: ଦର୍ଶନ କରିବେ ଭକ୍ତ ଏହି ବେଶ ନିର୍ମାଣ କାର୍ଯ୍ୟରେ ଦରଜି ଓ ଚିତ୍ରକର ସେବକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଆବଶ୍ୟକ ସୋଲ ସଂଗ୍ରହ କରାଯାଇ ତାକୁ କଟାଯିବା ପରେ ପରସ୍ତ ପରସ୍ତ କରି ଯୋଡା ହୁଏ । ଏହାପରେ ଶ୍ରୀମୁଖ ପଦ୍ମ ଆକୃତିର ପ୍ରସ୍ତୁତ କରାଯାଏ ।
ଆସନ୍ତାକାଲି ମହାପ୍ରଭୁ ଜଗନ୍ନାଥଙ୍କର ଦୁର୍ଲ୍ଲଭ ପଦ୍ମବେଶ: ଦର୍ଶନ କରିବେ ଭକ୍ତ କରପଲ୍ଲଭ, ହଂସ ଓ ଡାଳିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଶ୍ରୀମୁଖ ପଦ୍ମ ଯୋଡାଯିବା କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହୋଇଯିବ ବୋଲି କହିଛନ୍ତି ବେଶ କାରିଗର । ଆସନ୍ତାକାଲି ମହାପ୍ରଭୁଙ୍କ ବଡ ସିଂହାର ବେଶରେ ଏହି ପଦ୍ମ ବେଶ ଅନୁଷ୍ଠିତ ହେବ ।
ଏପଟେ ଏହି ବେଶରେ ମହାପ୍ରଭୁ ରାତ୍ର ପହୁଡ଼ ହୋଇଥାନ୍ତି । ଏଣୁ ଗୁରୁବାର ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ ଭକ୍ତମାନେ ପଦ୍ମ ବେଶ ଦର୍ଶନ କରିବାର ସୁଯୋଗ ପାଇବେ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ସେହିପରି ସରସ୍ବତୀ ପୂଜା ଦିନ ମଧ୍ୟ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲା ରହିବ ।
ଅନ୍ୟପଟେ ପରମ୍ପରା ଅନୁଯାୟୀ ନୟାଗଡରୁ ରଥ ନିର୍ମାଣ ପାଇଁ ଆସିଥିବା ପ୍ରଥମ ପର୍ଯ୍ୟାୟ ରଥ କାଠରୁ ୩ଟି ଧଉରା କାଠ ସରସ୍ବତୀ ପୂଜା ଦିନ ରଥଖଳାରେ ପାରମ୍ପରିକ ଭାବେ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ନୟାଗଡରୁ ବିଭିନ୍ନ ପର୍ଯ୍ୟାୟରେ ରଥ କାଠ ଆସିବା ପରେ ଆଗାମୀ ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ