ପୁରୀ:ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ । କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥଙ୍କୁ ଅବମାନନା । ଏକ ଟ୍ରଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଭକ୍ତଙ୍କ ମୂର୍ତ୍ତି ବୁହା ହୋଇ ଯାଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ଦେଖି ଲୋକଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । କୋଟି କୋଟି ଓଡିଆଙ୍କ ଭାବାବେଗକୁ ଆଘାତ ଦେଇଛି ଭିଡିଓଟି । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଦାବି ହୋଇଛି । ଶ୍ରୀକ୍ଷେତ୍ର ପୁରୀରେ ଏହି ଭିଡିଓ ସାମ୍ନାକୁ ଆସିଛି ।
ମହାପ୍ରଭୁଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଏକ ଟ୍ରଲିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ବଳଭଦ୍ରଙ୍କୁ ପୁରୀ ପୋଲିସ ଲାଇନ ଛକଠାରେ ନିଆଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଟ୍ରଲିରେ କାଳିଆ ସାଆନ୍ତେ ଓ ବଡଠାକୁର ବଳଭଦ୍ରଙ୍କ ମୂର୍ତ୍ତୀ ରଖାଯାଇଛି । ଚାଳକ ଟ୍ରଲିଟିକୁ ଆଗକୁ ନେଉଥିବା ବେଳେ ଟ୍ରଲିରେ ଆଉ ଜଣେ ବ୍ୟକ୍ତି ମଧ୍ୟ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି ।
ଏଭଳି ଦୃଶ୍ୟ ସହରବାସୀ ତଥା ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ଆଘାତ ଲାଗିଛି । ମହାପ୍ରଭୁଙ୍କୁ ଏଭଳି ଟ୍ରଲିରେ ବୋହିକି ନେବା କେତେଦୂର ଠିକ୍ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଦାବି ହୋଇଛି । ଜଗନ୍ନାଥ ପ୍ରେମୀଙ୍କ ମହଲରେ ଏନେଇ ଉଦବେଗ ପ୍ରକାଶ ପାଇଛି । କୋଟି ଓଡିଆଙ୍କ ମଉଡମଣିଙ୍କୁ ଏପରି ଅବମାନନା ଓଡିଆ ଜାତିଙ୍କ ଭାବାବେଗକୁ ଆଘାତ ଦେଇଛି ।