ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଏଥିପାଇଁ ସଜେଇ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ଚନ୍ଦନ ଯାତ୍ରା ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୁରୀ ଏସପି ଡଃ କନୱର ବିଶାଳ ସିଂ। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଚାପ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ ଅନୁଧ୍ୟାନ କରିଛନ୍ତି ଏସପି। ଏଥିସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ।
ଏନେଇ ସୁରକ୍ଷା ଦାୟିତ୍ବରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ସହ ୨ ଅତିରିକ୍ତ ଏସପି, ୩ ଡିଏସପି, ୭ ଇନ୍ସପେକ୍ଟରଙ୍କ ସହ ୨୫ ସବ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରହିବେ। ତେବେ ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ। ଏଥିପାଇଁ ଗତ ଚୈତ୍ର ପୂର୍ଣ୍ଣିମା ଦିନ ନନ୍ଦା, ଭଦ୍ରା ଚାପକୁ ଭୋଇ ସେବାୟତମାନେ ନରେନ୍ଦ୍ର ପୁଷ୍କରିଣୀରୁ ବାହାର କରିବା ପରେ ଆଜିଠାରୁ ଚାପଡଙ୍ଗାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ ଜାରି ରହିଛି।ପ୍ରାଥମିକ ପର୍ଯ୍ୟାୟରେ ନନ୍ଦା ଓ ଭଦ୍ରା ଚାପରେ ପଟା ବାଡିଆ ଚାଲିଥିବା ବେଳେ ଆଗକୁ ପର୍ଯ୍ୟାୟ କ୍ରମେ ସମସ୍ତ କାମ ଜାରି ରହିବ।
ଏହା ମଧ୍ୟ ପଢନ୍ତୁ-ସରକାରଙ୍କ ନିର୍ଦ୍ଦେଶକୁ ଫୁ, ବେସରକାରୀ ସ୍କୁଲ୍ରେ ଖରା ଛୁଟିରେ ବି ଚାଲିଛି ପାଠପଢ଼ା