ପୁରୀ: ଆଜି ପବିତ୍ର ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମୋତ୍ସବ । ଏଥିପାଇଁ ଘରେ ଘରେ ଉତ୍ସବର ମାହୋଲ । ସେପଟେ ଶ୍ରୀମନ୍ଦିରରେ ମଧ୍ୟ ଏନେଇ ସତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ଶ୍ରୀକ୍ଷେତ୍ର ଉତ୍ସବ ମୁଖର । ହଜାର ହଜାର ଶ୍ରଦ୍ଧାଳୁ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ଶ୍ରୀଜୀଉଙ୍କ ଭୋଗ ମଣ୍ଡପ ପରେ ତିନି ବାଡ଼ରେ ଯାତ୍ରାଙ୍ଗି ମହାସ୍ନାନ, ପରେ ମଇଲମ , ଘଣ୍ଟ, ଛତା , ସର୍ବାଙ୍ଗ , ଛ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମାଆ ସୁଭଦ୍ରାଙ୍କ ଦ୍ବାରା ବଡ଼ ଠାକୁର ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହସ୍ତରେ ରକ୍ଷା ବନ୍ଧନ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ପରେ ମଧ୍ୟାହ୍ନ ଧୂପ ନୀତି ଅନୁଷ୍ଠିତ ହୋଇଥାଏ ।