ଓଡିଶା

odisha

ETV Bharat / state

ସରିଲା ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ସରିଲା ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦୀରେ ଏହା ଥିଲା ଶେଷ ଦର୍ଶନ ।

By

Published : Jul 11, 2019, 7:29 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସରିଲା ଜନ୍ମବେଦୀରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁଙ୍କ ଜନ୍ମବେଦୀରେ ଏହା ଥିଲା ଶେଷ ଦର୍ଶନ । ଏହା ପରେ ମହାପ୍ରଭୁ ବାହୁଡା ଯାତ୍ରାରେ ବାହାରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସନ୍ଧ୍ୟା ଦର୍ଶନରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା । ଏନେଇ ପ୍ରଶାସନ ତରଫରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ସିଂହଦ୍ୱାର ବାଟେ ଭକ୍ତମାନେ ପ୍ରବେଶ କରି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ପରେ ନାକଚଣା ଦ୍ୱାର ଦେଇ ବାହାରିଥିଲେ । ବାହୁଡା ଯାତ୍ରା ପାଇଁ ସନ୍ଧ୍ୟା 7ଟାରୁ ଦର୍ଶନକୁ ବନ୍ଦ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details