ଓଡିଶା

odisha

ETV Bharat / state

ଅଣସର ଘରେ ମହାପ୍ରଭୁ, ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସୁଅ - ଶ୍ରଦ୍ଧାଙ୍କ ସୁଅ

108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ମହାପ୍ରଭୁ । ଚାଲିଛି ଶ୍ରୀଜୀଉଙ୍କ ଗୁପ୍ତନୀତି। ଏପଟେ ଭକ୍ତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ନପାଇ ଵ୍ରହ୍ମଗିରିକୁ ଛୁଟି ଆସୁଛନ୍ତି ଜଗନ୍ନାଥଙ୍କ ସ୍ୱରୂପ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

By

Published : Jun 18, 2019, 3:27 PM IST

Updated : Jun 18, 2019, 3:35 PM IST

ବ୍ରହ୍ମଗିରି: ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପଡିଛନ୍ତି ମହାପ୍ରଭୁ। ଏଥିପାଇଁ ଅଣସର ଘରେ ଶ୍ରୀଜୀଉଙ୍କ ଚାଲିଛି ଗୁପ୍ତସେବା। ଏପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନ ପାଇ ବ୍ରହ୍ମଗିରିରେ ଛୁଟୁଛି ଭକ୍ତଙ୍କ ସୁଅ। ବିଶ୍ବାସ ରହିଛି ବର୍ଷ ତମାମ ମହାପ୍ରଭୁଙ୍କ ଦର୍ଶନ କଲେ ଯେଉଁ ପୂର୍ଣ୍ଣପ୍ରାପ୍ତି ହୁଏ ଅଣସର 14 ଦିନ ମଧ୍ୟରେ ଗୋଟିଏ ଦିନ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ଫଳପ୍ରାପ୍ତି ହୋଇଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଏହି ବିଶ୍ବାସ ନେଇ, ଏହି 14 ଦିନ ପ୍ରଭୁ ଅଲରାନାଥ ନିକଟଙ୍କୁ କାହଁ କେତେ ଆଡୁ ଛୁଟେ ଭକ୍ତଙ୍କ ସୁଅ । ଏଥିପାଇଁ ଆଜି ସକାଳୁ ଅଲାରନାଥ ପୀଠକୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଘଣ୍ଟା ଘଣ୍ଟା ଅପେକ୍ଷା କରି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ସେପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ସେପଟେ ଗବେଷକଙ୍କ ମତରେ 1510 ମସିହାରେ ଶ୍ରୀ ଚୈତନ୍ୟ ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ଅଣସର ସମୟ ଥିଲା ତେଣୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନରୁ ଚୈତନ୍ୟ ବଞ୍ଚିତ ହୋଇ ମନ ଦୁଃଖରେ ସମୁଦ୍ରକୁ ଝାସ ଦେବାକୁ ଯିବା ସମୟରେ ଶୂନ୍ୟ ବାଣୀ ହେଲା ହେ ଭକ୍ତ ମୁଁ ବ୍ରହ୍ମଗିରି ଠାରେ ଚତୁର୍ଦ୍ଧାମୂର୍ତ୍ତି ରୂପରେ ଅଲବାରନାଥ ନାମରେ ତୁମକୁ ଦର୍ଶନ ଦେବୀ ତୁମେ ସେଠାକୁ ଚାଲିଯାଅ।

ସେଠାରୁ ଚୈତନ୍ୟ ଆସି ଅଲବାରନାଥଙ୍କୁ ଦର୍ଶନ କରିଥିଲେ ଯାହା କାଳ କ୍ରମେ ଅପଭ୍ରଷ୍ଟ ହୋଇ ଅଲାରନାଥ ରୂପେ ନାମିତ ହୋଇଛନ୍ତି। 1510 ମସିହାରୁ ଆଜି ପଯ୍ୟନ୍ତ ପୌରାଣୀକ କିମ୍ବଦନ୍ତୀ ଅନୁସାରେ ଅଣସର ସମୟରେ ବ୍ରହ୍ମଗିରି ଅଲାରନାଥ ପୀଠ ହୋଇଯାଏ ଦ୍ବିତୀୟ ଶ୍ରୀକ୍ଷେତ୍ର। ଏଠାକୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଏଠାର ପ୍ରସିଦ୍ଧ ଖିରି ଭୋଗ ଟିକେ ପାଇଗଲା ପରେ ଭକ୍ତ ହୋଇଯାଏ କୃତାର୍ଥ।


ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Jun 18, 2019, 3:35 PM IST

ABOUT THE AUTHOR

...view details