ପୁରୀ: ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ପୁରୀ ସହରରେ ଥିବା ଛୋଟ ବଡ଼ ମନ୍ଦିର । କିଛିଦିନ ତଳେ ରାମଚଣ୍ଡୀଙ୍କ ମନ୍ଦିରରୁ ଚୋରି ପରେ ଆଜି(ଗୁରୁବାର) ବଡଦାଣ୍ଡର ବଳଗଣ୍ଡି ନିକଟରେ ଥିବା ମାଉସୀ ମା' ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ଆସିଛି। ମନ୍ଦିର ହୁଣ୍ଡି ଭାଙ୍ଗି ପ୍ରାୟ 30 ହଜାର ଟଙ୍କା ଲୁଟ ହୋଇଛି ।
ମୁଖ୍ୟ ପ୍ରବେଶ ଦ୍ୱାରର ଲୁହା ଗେଟରେ ଲାଗିଥିବା ତାଲା କାଟି ଦୁର୍ବୃତ୍ତମାନେ ପ୍ରଥମେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ଭିତରେ ପଡିଥିଲା 3 ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରିଛନ୍ତି ।