ଓଡିଶା

odisha

ETV Bharat / state

ନଷ୍ଟ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ମାଛ, ମୁଣ୍ଡରେ ହାତ ଦେଲେଣି ମତ୍ସ୍ୟଜୀବୀ - ବ୍ରହ୍ମଗିରିରେ ଲକଡାଉନ ପ୍ରଭାବ

କୋରୋନା ଯୋଗୁଁ ରପ୍ତାନି ବନ୍ଦ ଥିବାରୁ କ୍ଷତି ସହୁଛନ୍ତି ମତ୍ସଜୀବୀ ।

fisherman in great loss due to wasted fish in brhamagiri
ନଷ୍ଟ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ମାଛ,

By

Published : Apr 23, 2020, 12:41 PM IST

ବ୍ରହ୍ମଗିରି: କୁଇଣ୍ଟାଲ କୁଇଣ୍ଟାଲ ମାଛ ନଷ୍ଟ ହେଉଥିବାରୁ ମୁଣ୍ଡରେ ହାତ ଦେଲେଣି ମସ୍ୟଜୀବୀ। ଲକ ଡାଉନ ହେତୁ ମାଛ ରପ୍ତାନି ବନ୍ଦ ରହିଥିବାରୁ ବିକ୍ରି ହୋଇନପାରି ମାଛ ନଷ୍ଟ ହେଉଛି।

ନଷ୍ଟ ହେଉଛି କୁଇଣ୍ଟାଲ କୁଇଣ୍ଟାଲ ମାଛ,

କୋରୋନା ଆତଙ୍କରେ ସାରା ଦେଶରେ ତାଲା ବନ୍ଦ ଯୋଗୁଁ ବ୍ୟବସାୟ ସମ୍ପୂର୍ଣ ବନ୍ଦ ହୋଇଯାଇଛି। କେତେକାଶଂରେ ମସ୍ୟଜୀବୀଙ୍କୁ ଏଥିରୁ କୋହଳ କରାଯାଇଥିଲେ ବି ବ୍ୟବସାୟ ମାନ୍ଦା ଥିବାରୁ ନାନା ସମସ୍ୟା ଦେଇ ଗତି କରୁଛନ୍ତି ମତ୍ସ୍ୟଜୀବୀ।

ବ୍ରହ୍ମଗିରି ଅରକୁଦା ଗ୍ରାମର ଲୋକମାନେ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି। ପ୍ରତିଦିନ ଚିଲିକାରୁ ମାଛ ମାରୁଛନ୍ତି କିନ୍ତୁ ମାଛ ଗୁଡିକ ବାହାର ରାଜ୍ୟକୁ ରପ୍ତାନି ହୋଇ ନ ପାରି ନଷ୍ଟ ହେଉଛି। ଅନ୍ୟପଟେ କମ ଦରରେ ମାଛ ବିକ୍ରି କରୁଥିବା ବେଳେ ଅବଶିଷ୍ଟ ମାଛ ପଡି ନଷ୍ଟ ହେଉଛି। ବିକ୍ରି ବଟା ହେଉନଥିବାରୁ ଗରିବ ମସ୍ୟଜୀବୀ ପରିବାର ମୁଣ୍ଡରେ ହାତ ଦେଇ ବସିଲେଣି। କଟକଣା କେବେ ହଟିବ ଓ ସେମାନେ କିପରି ବଞ୍ଚିବ ତାହା ଚିନ୍ତା କରିବା ସହ ସରକାରୀ ଅପେକ୍ଷାରେ ମସ୍ୟଜୀବୀ ପରିବାର।

ବ୍ରହ୍ମଗିରିରୁ ଦେବାଶିଷ ଦାସ,ଇଟିଭି ଭାରତ

ABOUT THE AUTHOR

...view details