ପୁରୀ:ଲକ ଡାଉନ ଉଡାଡି ଦେଇଛି ଜୀବନ ଜୀବିକା । ସରକାରଙ୍କ କଟକଣା ଯୋଗୁଁ ସମୁଦ୍ରକୁ ମାଛ ମାରି ବାକୁ ଯାଇ ପାରୁ ନାହାଁନ୍ତି ପୁରୀର ମତ୍ସଜୀବୀ । ମାଛ ମାରି ଯାହା କିଛି ରୋଜଗାର ହୁଏ ସେଥିରେ ପରିବାର ଚଳେ । ତେବେ ଲକଡାଉନକୁ 17 ଦିନ ପୁରିବାକୁ ବସିଥିବା ବେଳେ ଆଗାମୀ ଦିନରେ ଆହୁରି ଏହି ଅବଧି ବଢିବାର ଆଶଙ୍କା କରାଯାଇଛି । ଯଦି ପୁଣି ଲକଡାଉନ ବଢେ ଏହି ମତ୍ସଜୀବୀଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବୁଢିଯିବ । ପୁରୀରେ 5 ହଜାର ମତ୍ସଜୀବୀ ପରିବାର ରହିଛନ୍ତି। ସରକାର ରେସନ କାର୍ଡ଼ ଥିବା ମତ୍ସଜୀବୀଙ୍କୁ ଆଗୁଆ ତିନି ମାସର ଚାଉଳ ଓ ଏକ ହଜାର ଟଙ୍କା ଦେଇଛନ୍ତି ସତ,କିନ୍ତୁ ଅନେକ ମତ୍ସଜୀବୀଙ୍କ ରେସନ କାର୍ଡ଼ ନଥିବା ଜଣା ପଡିଛି ।
ଲକଡାଉନ ଦୋହଲାଇ ଦେଇଛି ମତ୍ସଜୀବୀଙ୍କ ଜୀବନ ଜୀବିକା - Lockdown has doubled the livelihoods of fishermen
ଲକଡାଉନ ଦୋହଲାଇ ଦେଇଛି ମତ୍ସଜୀବୀଙ୍କ ଜୀବନ ଜୀବିକା । ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି । ଅଧିକ ପଢନ୍ତୁ....
ଲକଡାଉନ ଦୋହଲାଇ ଦେଇଛି ମତ୍ସଜୀବୀଙ୍କ ଜୀବନ ଜୀବିକା
ତେବେ, ମତ୍ସଜୀବୀମାନଙ୍କୁ ସରାକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ପୁରୀ ମତ୍ସଜୀବୀ ସଂଘର ବରିଷ୍ଠ ସଦସ୍ୟ ବାବୁଲା ପ୍ରସାଦ। ଲକ ଡାଉନ ପୁରୀର ମତ୍ସଜୀବୀଙ୍କ ଜୀବନ ଜୀବିକା ଉପରେ କଣ ପ୍ରଭାବ ପଡିଛି ଏ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ