ବ୍ରହ୍ମଗିରି: ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପର ଉନ୍ନତି ପାଇଁ ପର୍ଯ୍ୟଟନ ନୀତି କାର୍ଯ୍ୟକାରୀ କରିଛନ୍ତି । ଏହାସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନେକ ସୁବିଧା ସୁଯୋଗ କରିଥିବା କହୁଛନ୍ତି । ଯେମିତି କୌଣସି ପର୍ଯ୍ୟଟକ କୌଣସିବି ପର୍ଯ୍ୟଟନ ସ୍ଥଳରେ ଅସୁବିଧା ନ ଭୋଗନ୍ତି ସେଥିପାଇଁ ଧ୍ୟାନ ଦେଉଥିବା କହୁଛନ୍ତି । ହେଲେ ଆଜି ସାତପଡା ବୁଲିବାକୁ ଯାଉଥିବା ଝାରସୁଗୁଡା ଅଞ୍ଚଳର କିଛି ଛାତ୍ରଙ୍କୁ ସାତପଡାର ଡଙ୍ଗାଚାଳକ ମାନେ ପର୍ଯ୍ୟଟକଙ୍କୁ ଶୋଷଣ କରିବା ସହ ଦୁର୍ବବ୍ୟବହାର କରିଥିବା ଅଭିଯୋଗ ହେଉଛି । ସେମାନେ ନିର୍ଧାରିତ ଭଡା ଠାରୁ ଅଧିକ ଟଙ୍କା ଦାବି କରିଥିଲେ ।
ସାତପଡାରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ - ଝାରସୁଗୁଡା
ସାତପଡାରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ । ଘଟଣାର ତଦନ୍ତ କରୁଛି ପୋଲିସ ।
![ସାତପଡାରେ ପର୍ଯ୍ୟଟକଙ୍କୁ ଶୋଷଣ ଅଭିଯୋଗ](https://etvbharatimages.akamaized.net/etvbharat/prod-images/768-512-4316600-thumbnail-3x2-jjj.jpg)
ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
ଯାହାକୁ ନେଇ ପର୍ଯ୍ୟଟକ ମାନେ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ବୋଟ ଚାଳକଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ