ଓଡିଶା

odisha

ETV Bharat / state

ସମୁଦ୍ରରେ ବୁଡି ଆଉ ଯିବନି ପର୍ଯ୍ୟଟକଙ୍କ ଜୀବନ ! ଲାଇଫ ଗାର୍ଡ ନେଲେ ଅତ୍ୟାଧୁନିକ ପ୍ରଶିକ୍ଷଣ - ଲାଇଫ ଗାର୍ଡମାନଙ୍କ ମିଳିଲା ଅତ୍ୟାଧୁନିକ ପ୍ରଶିକ୍ଷଣ

ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପୁରୀ ବେଳାଭୂମିରେ ଲାଇଫ ଗାର୍ଡମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା ପ୍ରଶିକ୍ଷଣ ଶିବିର । ଅଧିକ ପଢନ୍ତୁ

ପୁରୀ ବେଳାଭୂମିରେ ଲାଇଫ ଗାର୍ଡ ପ୍ରଶିକ୍ଷଣ ଶିବିର ଆନୁଷ୍ଠିତ
ପୁରୀ ବେଳାଭୂମିରେ ଲାଇଫ ଗାର୍ଡ ପ୍ରଶିକ୍ଷଣ ଶିବିର ଆନୁଷ୍ଠିତ

By ETV Bharat Odisha Team

Published : Oct 11, 2023, 6:23 PM IST

ପୁରୀ ବେଳାଭୂମିରେ ଲାଇଫ ଗାର୍ଡ ପ୍ରଶିକ୍ଷଣ ଶିବିର ଆନୁଷ୍ଠିତ

ପୁରୀ: ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର ପାଇଁ ଲାଇଫ ଗାର୍ଡମାନଙ୍କୁ ମିଳିଲା ପ୍ରଶିକ୍ଷଣ । ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଅତ୍ୟାଧୁନିକ ଉପକରଣର କିଭଳି ବ୍ୟବହାର କରିବେ ସେନେଇ ମଧ୍ୟ ଦିଆଯାଇଛି ପ୍ରଶିକ୍ଷଣ । ପୁରୀ ବିଚ୍ ଲାଇଫ ଗାର୍ଡ ମହାସଂଘ ଏବଂ ଅନ୍ତର୍ଜାତୀୟ ସର୍ଫ ଲାଇଫ ସେଭିଂ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଏହି ଶିବିର ଆୟୋଜିତ ହୋଇଥିଲା । ଏଥିରେ ମୋଟ ୬୦ ଜଣ ଲାଇଫ ଗାର୍ଡଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଦିଆଯାଇଥିଲା । ତେବେ ପୁରୀ ବେଳାଭୂମିର କଳେବର ବଢ଼ିଥିବା ବେଳେ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ସମୁଦ୍ର ସ୍ନାନ ବେଳେ ଅନେକ ପର୍ଯ୍ୟଟକଙ୍କର ମୃତ୍ୟୁବରଣ ହେଉଛି । ଏଣୁ ପୁରୀ ଜିଲ୍ଲା ପ୍ରଶାସନ ଏଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି ।

ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ପୁରୀର ବ୍ଲୁ ଫ୍ଲାଗ୍ ଓ ଗୋଲ୍ଡେନ ବେଳାଭୂମି ସାରା ବିଶ୍ବରେ ସ୍ବତନ୍ତ୍ର କ୍ଷାତି ଅର୍ଜନ କରିଛି । ନୀଳ ସମୁଦ୍ର ଜଳ ରାଶିରେ ସମୁଦ୍ର ସ୍ନାନ ପର୍ଯ୍ୟଟକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ରହିଛି । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ନଥିବାରୁ ସମୁଦ୍ର ସ୍ନାନ ବେଳେ ଅନେକ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଛି । ଏହାକୁ ନେଇ ଅନ୍ତର୍ଜାତୀୟ ସର୍ଫ ଲାଇଫ ସେଭିଂ ଆସୋସିଏସନର ସହାୟତାରେ ଏକ ପ୍ରଶିକ୍ଷଣ ଶିବିର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ସମୁଦ୍ର ସ୍ନାନ ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ, ଅତ୍ୟାଧୁନିକ ସରଞ୍ଜାମ କିଭଳି ବ୍ୟବହାର କରିହେବ ସେନେଇ ଟିକ୍ ନିକ୍ ଭାବେ ପ୍ରଶିକ୍ଷଣ ଦିଆଯାଇଛି ।

ଅଧିକ ପଢନ୍ତୁ...ପୁରୀ ସମୁଦ୍ରରେ ଅଘଟଣ: 2 ବଙ୍ଗୀୟ ପର୍ଯ୍ୟଟକ ମୃତ, ଜଣେ ଉଦ୍ଧାର

ପୁରୀ ବିଚ୍ ଲାଇଫ ଗାର୍ଡ ସମ୍ପାଦକ ମହାସଂଘ ହାରି ରାଓ କହିଛନ୍ତି, ‘‘ପୁରୀ ବେଳାଭୂମି ଏବେ ୮ କିଲୋମିଟର ପରିସୀମା ହୋଇ ସାରିଥିବା ବେଳେ ପ୍ରଶାସନ ପକ୍ଷରୁ ମାତ୍ର ଶହେ ଜଣ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଛି । ହଜାର ହଜାର ପର୍ଯ୍ୟଟକ ସମୁଦ୍ର ସ୍ନାନ କରୁଥିବା ବେଳେ କିଛି ଅଘଟଣ ଘଟିଲେ ମାତ୍ର ଶହେ ଜଣ ଲାଇଫ ଗାର୍ଡ କିଭଳି ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷା କରିବେ । ପ୍ରଶାସନ ପକ୍ଷରୁ ନିଯୁକ୍ତ ହୋଇଥିବା ଲାଇଫ ଗାର୍ଡମାନଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଦିଆନଯାଇଥିବାରୁ ଅନେକ ସମୟରେ ସମୁଦ୍ରରେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ସଠିକ୍ ସମୟରେ ଉଦ୍ଧାର କରାଯାଇପାରୁନାହିଁ । ତେବେ ଅତ୍ୟାଧୁନିକ ପ୍ରଶିକ୍ଷଣ ପ୍ରାପ୍ତ ଘରୋଇ ଲାଇଫ ଗାର୍ଡମାନଙ୍କୁ ପ୍ରଶାସନ ନିଯୁକ୍ତ କଲେ ଅନେକ ପର୍ଯ୍ୟଟକଙ୍କର ଜୀବନ ରକ୍ଷା ହୋଇପାରନ୍ତା ।’’



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details