ଓଡିଶା

odisha

ETV Bharat / state

କୂଅରୁ କଲରାପତରିଆ ବାଘ ଉଦ୍ଧାର - ପୁରୀ ନ୍ୟୁଜ

ପୁରୀର କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଏକ କୂଅରେ ପଡିଯାଇଥିବା ଛୋଟ କଲରାପତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି । ତେବେ ନିକଟରେ ଥିବା ନୂଆପଡା ଜଙ୍ଗଲ ଅଞ୍ଚଳରୁ ଏହି ବାଘଟି ଗାଁ ଭିତରକୁ ଆସିଥିବା ବନ ବିଭାଗ କହିଛି।

କୂଅରୁ  କଲରାପତରିଆ ବାଘ ଉଦ୍ଧାର
କୂଅରୁ କଲରାପତରିଆ ବାଘ ଉଦ୍ଧାର

By

Published : Apr 24, 2020, 12:11 PM IST

Updated : Apr 24, 2020, 3:08 PM IST

ପୁରୀ: କୂଅରୁ ଉଦ୍ଧାର ହେଲା କଲରାପତରିଆ ବାଘ । କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଅଞ୍ଚଳରେ ଏକ କୂଅରେ ପଡିଯାଇଥିବା ଛୋଟ କଲରାପତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି।

କୂଅରୁ କଲରାପତରିଆ ବାଘ ଉଦ୍ଧାର

ସୂଚନାନୁଯାୟୀ, ସ୍ଥାନୀୟ ପରଳା ଗାଁରେ ଏକ କୂଅରେ ଏକ କଲରାପତରିଆ ବାଘଟି ଖସି ପଡିଥିବା ଲୋକ ଦେଖିଥିଲେ। ପରେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଉକ୍ତ କୂଅରୁ ବାଘଟିକୁ ଉଦ୍ଧାର କରିଥିଲେ।

ବାଘଟି ପାଣିରେ ପଡିଯାଇ ଥିବାରୁ କୂଅ ବାହାରକୁ ଆସି ପାରୁନଥିଲା। ତେବେ ଏକ ବାଉଁଶ ପାଣିରେ ପକାଯିବା ପରେ ସେହି ବାଉଁଶ ସାହାଯ୍ୟରେ ବାଘଟି କୂଅ ଉପରକୁ ଡିଆଁ ମାରି ପଳାଇ ଥିଲା। ତେବେ ନିକଟରେ ଥିବା ନୂଆପଡା ଜଙ୍ଗଲ ଅଞ୍ଚଳରୁ ଏହି ବାଘଟି ଗାଁ ଭିତରକୁ ଆସିଥିବା ବନ ବିଭାଗ କହିଛି। ତେବେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 24, 2020, 3:08 PM IST

ABOUT THE AUTHOR

...view details