ଓଡିଶା

odisha

By

Published : May 1, 2023, 9:07 PM IST

ETV Bharat / state

ସ୍ବର୍ଗଦ୍ବାରରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ବ ସମ୍ପନ୍ନ

ଆରପାରିରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର । ଆଜି ତାଙ୍କର ବିୟୋଗ ଘଟିଥିବା ବେଳେ ପୁରୀ ସ୍ବର୍ଗଦ୍ବାରରେ ଶେଷ ହୋଇଛି ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

Etv Bharat
Etv Bharat

ସ୍ବର୍ଗଦ୍ବାରରେ ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ବ ସମ୍ପନ୍ନ

ପୁରୀ:ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ମୟଙ୍କ ମହାପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିବା ବେଳେ ସ୍ବର୍ଗଦ୍ବାରରେ ବାସୁଦେବ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସକ ଓ ସାମ୍ବାଦିକଙ୍କ ଭିଡ଼ ଜମିଥିଲା । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ବାସୁଦେବ ମହାପାତ୍ରଙ୍କର ପରଲୋକ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ବାସୁଦେବ ମହାପାତ୍ରଙ୍କ ବିୟୋଗରେ ପୁରା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟର ଅନେକ ପ୍ରତିଷ୍ଠିତ ଗଣମାଧ୍ୟମରେ ବହୁ ଗୁରୁତ୍ବପୁର୍ଣ୍ଣ ଭୂମିକାରେ ସେ କାର୍ଯ୍ୟ କରିଥିଲେ । ଭୁବନେଶ୍ବର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ବାସୁଦେବ ମହାପାତ୍ର । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଏହା ବି ପଢନ୍ତୁ- ରଥଯାତ୍ରାରେ ଭିନ୍ନକ୍ଷମଙ୍କ ସୁଗମ ଦର୍ଶନ ବ୍ୟବସ୍ଥା ପାଇଁ ଦିବ୍ୟାଙ୍ଗ ମହାମଞ୍ଚର ଦାବି


ଖୋର୍ଦ୍ଧାର ବାଣପୁର ସ୍ଥିତ କୁମାରଙ୍ଗ ଶାସନ ଗ୍ରାମରେ ଜନ୍ମ ହୋଇଥିଲେ ବାସୁଦେବ ମହାପାତ୍ର । ସେ ପ୍ରିଣ୍ଟ ମିଡ଼ିଆରୁ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ । ରାଜ୍ୟର ବହୁ ପ୍ରତିଷ୍ଠିତ ଗଣମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ କାର୍ଯ୍ୟ କରିଥିଲେ । ଏହାସହ ସେ ନିଜର ଏକ ୱେବ୍ ନ୍ୟୁଜ୍ ପୋର୍ଟାଲ ପରିଚାଳନା କରୁଥିଲେ । ସ୍ବର୍ଗତ ବାସୁଦେବ ମହାପାତ୍ର ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ପାଇଁ କାମ କରିଛନ୍ତି ।

ଏହା ବି ପଢନ୍ତୁ- ଶହୀଦ ଯବାନ ଦେବାଶିଷଙ୍କ ଏକାଦଶାହ, ଦୀପ ଦାନ କଲା ପୂର୍ବତନ ସୈନିକ ସଂଘ

ଉଭୟ ଇଂରାଜୀ ଏବଂ ଓଡ଼ିଆରେ ବାସୁଦେବ ମହାପାତ୍ରଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା, ସାମ୍ବାଦିକ ଶୋକ ବ୍ୟକ୍ତ କରିଛନ୍ତି । ଜଣେ ସାମ୍ବାଦିକ ତାର ବୃତ୍ତି ଜୀବନରେ କେଉଁଠି କଣ ଘଟିଲା ତାହା ଲୋକଙ୍କ ନିକଟକୁ ପହଞ୍ଚାଇଥାଏ । କୁହନ୍ତି ଖବର ସାମ୍ବାଦିକମାନଙ୍କୁ ବାସିଥାଏ । ହେଲେ ସେହି ଖବର ପ୍ରସାରଣ କରୁଥିବା ବ୍ୟକ୍ତି ଜଣକ ଆଜି ନିଜେ ଖବର ପାଲଟିଯାଇଛନ୍ତି । ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି ତାଙ୍କ ଶେଷକୃତ୍ୟ ସମୟରେ ପୁରୀ ସ୍ବର୍ଗଦ୍ବାରରେ ପ୍ରବଳ ଭିଡ଼ ଜମିଥିଲା । ଅନେକ ତାଙ୍କ ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details