ପୁରୀ: ପଞ୍ଚଭୂତରେ ଲୀନ ହେଲେ ଯୁଧିଷ୍ଠିର । ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପୁରୀ ସ୍ଵର୍ଗଦ୍ଵାରରେ ସ୍ବର୍ଗତ ଯୁଧିଷ୍ଠିରଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଯୁଧିଷ୍ଠିରଙ୍କ ପୁଅ ପ୍ରୀୟବତ ସାମନ୍ତରାୟ ମୁଖାଗ୍ନି ଦେଇଥିଲେ । ଯୁଧିଷ୍ଠିରଙ୍କ ଶେଷ ଦର୍ଶନ ପାଇଁ ସ୍ଵର୍ଗଦ୍ଵାରରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଶହଶହ ଲୋକଙ୍କ ଭିଡ ହୋଇଥିଲା । ସମସ୍ତେ ଯୁଧିଷ୍ଠିରଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ପୁରୀକୁ ଯୁଧିଷ୍ଠିରଙ୍କ ପାର୍ଥିବ ଶରୀର ଅଣାଯିବା ପୂର୍ବରୁ ପିପିଲିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
ପିପିଲିରେ ପାର୍ଥିବ ଶରୀର ପହଞ୍ଚିବା ପରେ ବିଜେଡି କାର୍ଯ୍ୟାଳୟ ଠାରେ ଶତାଧିକ ବିଜେଡି କର୍ମୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ । ସେହିପରି ପିପିଲି ବିଜେପି କାର୍ଯ୍ୟାଳୟ ଠାରେ ମଧ୍ୟ ବିଜେପି କର୍ମୀମାନେ ଯୁଧିଷ୍ଠିରଙ୍କ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପିପିଲି ବଜାରରେ ବିଭିନ୍ନ ସ୍ଥାନରେ ଯୁଧିଷ୍ଠିରଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପିପିଲିବାସୀ । କେବଳ ବିଜେଡି ଓ ବିଜେପି ନୁହେଁ ପିପିଲି ହାଟ ଛକ ସ୍ଥିତ କଂଗ୍ରେସ କାର୍ଯ୍ୟଳୟରେ ମଧ୍ୟ କଂଗ୍ରେସ କର୍ମୀମାନେ ଯୁଧିଷ୍ଠିରଙ୍କୁ ଶେଷ ଦର୍ଶନ କରିଥିଲେ । ନିଜ ଗାଁ ମାଧିପୁର ଅଭିମୁଖେ ପାର୍ଥିବ ଶରୀର ଯିବା ସମୟରେ ପିପିଲି କଲେଜ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୁଧିଷ୍ଠିରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।