ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଶେଷ ଦେବଦାସୀଙ୍କ ଦେହାନ୍ତ

ମହାପ୍ରଭୁଙ୍କ ଶେଷ ଦେବଦାସୀ ପରଶମଣିଙ୍କ ମୃତ୍ୟୁ ଘଟିଛି । ବୟସାଧିକ ଓ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Jul 10, 2021, 5:55 PM IST

ମହାପ୍ରଭୁଙ୍କ ଶେଷ ଦେଵଦାସୀଙ୍କ ଦେହାନ୍ତ
ମହାପ୍ରଭୁଙ୍କ ଶେଷ ଦେଵଦାସୀଙ୍କ ଦେହାନ୍ତ

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଶେଷ ଦେବଦାସୀ ପରଶମଣିଙ୍କ ମୃତ୍ୟୁ ଘଟିଛି । ବୟସାଧିକ ଓ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ୨୦୧୫ ମସିହାରେ ଶଶୀମଣିଙ୍କ ମୃତ୍ୟ ପରେ କେବଳ ପରଶମଣି ହିଁ ଏକୁଟିଆ ଶେଷ ଦେଵଦାସୀ ଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାତିରେ ପହଡ ଯିବା ପୂର୍ବରୁ ଫୁଲରେ ମଣ୍ଡନ ନହେଲେ ନିଦ ଆସେନି । ବଡ ଶୃଙ୍ଗାର ବେଶ ପରେ ଘିଅ ପକାଇ ପଖାଳ ଅନ୍ନ ଭୋଜନ କରିବା ପରେ ଦେବଦାସୀ ନୃତ୍ୟରେ ଗୀତ ଗୋବିନ୍ଦ ଶୁଣି ଶୁଣି ପହଡ ପଡିଥାଏ । ଶ୍ରୀମନ୍ଦିରର ସେହି ଶେଷ ଦେଵଦାସୀ ପରଶମଣିଙ୍କ ବୟସାଧିକ ଓ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ବର୍ଷ ହୋଇଥିଲା । ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସେ ଗଛକାଳୀ ନିକଟରେ ଏକ ଭଡାଘରେ ରହୁଥିଲେ ।

ସେ ଶ୍ରୀମନ୍ଦିର ମାଜଣା ମଣ୍ଡପରେ ଭକ୍ତିଗୀତ ଓ ଦେଵଦାସୀ ନୃତ୍ୟ କରି ମହାପ୍ରଭୁଙ୍କ ସେବା କରିଆସୁଥିଲେ । ମାତ୍ର ୭ବର୍ଷ ବୟସରେ ଦେଵଦାସୀ ପ୍ରଶିକ୍ଷଣ ନେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିଜ ସ୍ବାମୀ ଭାବେ ଗ୍ରହଣ କରି ତାଙ୍କର ସେବା କରୁଥିଲେ । ଶ୍ରୀମନ୍ଦିର ସତ୍ଵଲିପି ଅନୁଯାୟୀ ପୁରୀରେ ୧୦୦ ବର୍ଷ ପୂର୍ବେ ୨୫ ଜଣ ଏବଂ ଓଡିଶା ଗେଜେଟ ୧୯୫୬ ଅନୁଯାୟୀ ୯ଜଣ ଦେଵଦାସୀ ଥିଲେ। କିନ୍ତୁ ୧୯୮୦ ମସିହା ବେଳକୁ କେବଳ ୪ ଜଣ ଅର୍ଥାତ ହରପ୍ରିୟା, କୋକିଳପ୍ରଭା, ପରଶମଣି ଓ ଶଶୀମଣି ରହିଥିଲେ । ୨୦୧୫ ମସିହାରେ ଶଶୀମଣିଙ୍କ ମୃତ୍ୟ ପରେ କେବଳ ପରଶମଣି ହିଁ ଏକୁଟିଆ ଶେଷ ଦେଵଦାସୀ ଥିଲେ । ଶେଷରେ ସେ ମଧ୍ୟ ପ୍ରାଣତ୍ୟାଗ କରିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details