ଓଡିଶା

odisha

ETV Bharat / state

Kumar Utsav: ପୁରୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ - kumar purnima

ପୁରୀରେ ଉଦଘାଟିତ ହୋଇଛି ୪୪ତମ କୁମାର ଉତ୍ସବ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

cultural programme in puri
ପୁରୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

By ETV Bharat Odisha Team

Published : Oct 29, 2023, 9:36 PM IST

Updated : Oct 29, 2023, 9:43 PM IST

ପୁରୀରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ପୁରୀ:ଉଦଘାଟିତ ହୋଇଛି ୪୪ତମ କୁମାର ଉତ୍ସବ । ଶ୍ରୀକ୍ଷେତ୍ର ୟୁଥ୍ କଲଚରାଲ ଆସୋସିଏସନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ‌ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ମହେଶ୍ୱର ମହାନ୍ତି ସଭାପତିତ୍ବ କରିଥିବାବେଳେ ସାଧାରଣ ସମ୍ପାଦକ ସଦାଶିବ ନାୟକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇ ଉଦଘାଟନୀ ଉତ୍ସବରେ ସମ୍ମାନିତ କରାଯାଇଥିଲା ।

ଓଡ଼ିଆ ସଂସ୍କୃତି, ପରମ୍ପରା ଓ ପର୍ବ ପର୍ବାଣୀର ଅନ୍ୟତମ ପ୍ରମୁଖ ପର୍ବ ହେଉଛି କୁମାର ପୂର୍ଣ୍ଣିମା । ପୁରୀରେ ଦୀର୍ଘ ୪୪ ବର୍ଷ ହେବ ଏହି ସାଂସ୍କୃତିକ ଅନୁଷ୍ଠାନ ବେଶ ଧୂମଧାମରେ କୁମାର ଉତ୍ସବ ପାଳନ କରିଆସୁଛି । ତେବେ ଏହି ଉଦଘାଟନୀ ଉତ୍ସବରେ ଅନୁଷ୍ଠାନର ସଦସ୍ୟମାନେ 'ଏ ଜହ୍ନ କାହାର' ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ପ୍ରଶାନ୍ତି ନୃତ୍ୟ ପରିଷଦର କଳାକାରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା।

ଏହା ବି ପଢନ୍ତୁ...Kumar Utsav: କୁମାର ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହା ବି ପଢନ୍ତୁ...କୁମାର ପୂର୍ଣ୍ଣିମା ଉତ୍ସବ, ନାଚଗୀତରେ ମସଗୁଲ କୁମାରୀ

ଏହାସହ ୯୦ ଦଶକଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଚଳଚ୍ଚିତ୍ରର ସଂଗୀତରେ ଅନୁଷ୍ଠାନର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଓଡ଼ିଆ ସିନେ ଜଗତର କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଏବଂ ସୋନମ୍ ଦାଶଙ୍କ ପ୍ରତିଟି ଗୀତରେ ଦର୍ଶକ ଝୁମିଥିବା ଦେଖିବାକୁ ମିଳିଥିଲା। ପୁରୀ ସାଂସଦ ତଥା ଅନୁଷ୍ଠାନର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପିନାକୀ ମିଶ୍ର, ଅନୁଷ୍ଠାନର ସଭାପତି ମହେଶ୍ୱର ମହାନ୍ତି, ହାଇଟେକ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ, ଉପଦେଷ୍ଟା ଭକ୍ତଚରଣ ଦାସ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଷ୍ଟାଲିନ ପରିଜାଙ୍କ ସହ ଅନୁଷ୍ଠାନର ସାଧାରଣ ସମ୍ପାଦକ ସଦାଶିବ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କୁମାରପୂର୍ଣ୍ଣିମା ପାଇଁ ପୁରୀ ସହର ସମେତ ଗାଁ ଗହଳି ମଧ୍ୟ ଉତ୍ସବମୁଖର ରହିଥିଲା । କୁମାରୀମାନେ ଏହି ପର୍ବ ବେଶ ଧୁମଧାମରେ ପାଳନ କରିଥିବା ଦେଖିବାକୁ ମିଳିଥିଲା । ଏହାରି ଭିତରେ ପୁରୀରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ବଲିଉଡ କଣ୍ଠଶିଳ୍ପୀଙ୍କ ସଙ୍ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ ।

ଇଟିଭି ଭାରତ, ପୁରୀ

Last Updated : Oct 29, 2023, 9:43 PM IST

ABOUT THE AUTHOR

...view details