ଓଡିଶା

odisha

ETV Bharat / state

କୃଷକ ମହାସଙ୍ଘର ତହସିଲ କାର୍ଯ୍ୟାଳୟ ଘେରାଉ - protest

ବ୍ରହ୍ମଗିରି ନିଖିଳ ଉତ୍କଳ କୃଷକ ମହାସଙ୍ଘ ଡ଼ାକରାରେ 6 ଦଫା ଦାବି ନେଇ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଶତାଧିକ ଚାଷୀ । ଫୋନି ବାତ୍ୟାରେ କ୍ଷତିପୂରଣ ପ୍ରଦାନ ଓ କୃଷି ଋଣ ଛାଡ, ଫୋନି ବାତ୍ୟା ପ୍ରଭାବିତଙ୍କୁ ସଠିକ ଭାବରେ ସହାୟତା ପ୍ରଦାନ କରିବା ଦାବି ରହିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରୀ

By

Published : Sep 27, 2019, 7:21 PM IST

Updated : Sep 27, 2019, 11:41 PM IST

ବ୍ରହ୍ମଗିରୀ: ନିଖିଳ ଉତ୍କଳ କୃଷକ ମହାସଙ୍ଘର ଶତାଧିକ ଚାଷୀ ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବ୍ରହ୍ମଗିରି ବସଷ୍ଟାଣ୍ଡ ଠାରୁ ଶହ ଶହ ଚାଷୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ରହ୍ମଗିରି ବଜାର ଦେଇ ତହସିଲ ଅଫିସରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ବ୍ରହ୍ମଗିରୀ

ଫୋନି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କର କୃଷି ଋଣ ଛାଡ, କ୍ଷୟକ୍ଷତିର ସଠିକ ଆକଳନ, ଜଳସେଚନ ପାଇଁ ସମସ୍ତ କେନାଲର କଂକ୍ରିଟକରଣ, ସାକ୍ଷୀଗୋପାଳ ବଜାର ନିୟନ୍ତ୍ରଣ କମିଟି ବୋର୍ଡ଼ରେ ଚାଷୀ ମାନଙ୍କୁ ସଭ୍ୟ ଅର୍ନ୍ତଭୁକ୍ତ କରାଯିବା, ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଏହି ଅଞ୍ଚଳରେ ବନ୍ୟା ବାତ୍ୟାର ସ୍ଥାୟୀ ପ୍ରତିକାର କରିବା ଭଳି ଭଳି 6ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରହ୍ମଗିରି ତହସିଲଦାର ହେମନ୍ତ କୁମାର ବାରିମଲଙ୍କୁ ପ୍ରଦାନ କରିଛନ୍ତି । ତହସିଲଦାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Sep 27, 2019, 11:41 PM IST

ABOUT THE AUTHOR

...view details