ଓଡିଶା

odisha

ETV Bharat / state

ରଥ ଖଳାରେ ରଥନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । କୋଭିଡର ସମସ୍ତ କଟକଣାକୁ ମାନି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି । ଅଧିକ ପଢନ୍ତୁ...

ରଥ ଖଳାରେ ରଥନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରଥ ଖଳାରେ ରଥନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

By

Published : Jun 16, 2021, 8:38 PM IST

ପୁରୀ: ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । କୋରୋନାର ଦ୍ଵିତୀୟ ଲହର ସତ୍ବେ ରଥ ନିର୍ମାଣ ତ୍ବରାନ୍ବିତ ହୋଇଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାର କହିଛନ୍ତି ।

ରଥ ଖଳାରେ ରଥନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଗତକାଲି (ମଙ୍ଗଳବାର) ୯ ଦିନ ପୂର୍ବରୁ ତିନି ରଥର ଚାରି ନାହାକା ଉଠିଥିଲା । ରଥନିର୍ମାଣ ଆରମ୍ଭରୁ ୨୬ ଜଣ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ରଥନିର୍ମାଣ ଠିକ ସମୟରେ ସରିବ ନା ନାହିଁ ସେନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ପରେ ରଥନିର୍ମାଣ ଜୋର ଧରିଥିଲା । ଏବର୍ଷ ରଥନିର୍ମାଣ ବେଶ ଆଗୁଆ ଚାଲିଛି । ତେବେ ଆଜି ତିନି ରଥରେ ଛନ୍ଦା ଗୟଲ ପକାଯାଇଛି । ଏହାପରେ 6 କାଠ ଓ 14 ନାହାକା ପଡି ପ୍ରଥମ ଭୂଇଁ ଉଠିବ ।

ଅନ୍ୟପଟେ, ରୂପକାର ସେବକମାନେ ତିନି ରଥରେ କାର୍ଯ୍ୟ ଜାରି ରଖିଛନ୍ତି । ମହାପ୍ରଭୁଙ୍କ ରଥ କାର୍ଯ୍ୟ ବେଶ ଆଗୁଆ ଥିବାରୁ ସେବାୟତ ବେଶ ଉତ୍ସାହିତ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details