ପୁରୀ: ଆସନ୍ତା ଡିସେମ୍ବର 1 ରୁ 5 ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ କୋଣାର୍କ ଉତ୍ସଵ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ। ଏନେଇ ସୋମବାର କୋଣାର୍କ ଯାତ୍ରୀ ନିବାସରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ବଳବନ୍ତ ସିଂଙ୍କ ସମେତ ବିଭିନ୍ନ ବିଭାଗର ଅଫିସର, ବୁଦ୍ଧିଜୀବୀ ଅଂଶ ଗ୍ରହଣ କରି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ ତେବେ ଚଳିତ ବର୍ଷ ଇଣ୍ଡୋନେସିଆର ବାଲି ନୃତ୍ୟ ଉତ୍ସବର ମୁଖ୍ୟ ଆକର୍ଷଣ ହେବା ସହ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ବିଭିନ୍ନ ରାଜ୍ୟର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବ। ଏଥିସହ ଏହି ଉତ୍ସବରେ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବାର ମଧ୍ୟ କାର୍ଯକ୍ରମ ରହିଛି ।
ଏଥିସହ ମୁକ୍ତାକାଶ ରଙ୍ଗ ମଞ୍ଚରେ ସନ୍ଧ୍ୟା 6 ଟା ରୁ ରାତି ସାଢ଼େ 8 ଟା ପର୍ଯ୍ୟନ୍ତ ଓଡ଼ିଶୀ, କଥକ , କୁଚି ପୁଡି ଆଦି ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ହେବ। ସେହିପରି ଚନ୍ଦ୍ରଭାଗା ବେଳାଭୂମିରେ ସକାଳ 9 ଟାରୁ ରାତି 9ଟା ଯାଏଁ ବାଲୁକାକଳା ପ୍ରଦର୍ଶନ ହେବ। ଏଥିସହ ମିନା ବଜ଼ାର, ସାହିତ୍ୟ ଉତ୍ସଵ, ପୁସ୍ତକ ମେଳା, ଗଣଦୌଡ଼ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ତେବେ ବାଲୁକା କଳା ଉତ୍ସବରେରେ ଏଥର ଦେଶ ବିଦେଶରୁ 55 ଜଣ ମହିଳାଙ୍କ ସମେତ ବୋହୂ ବାଲୁକାଶିଳ୍ପୀ ସାମିଲ ହେବେ । ଏପଟେ ଉତ୍ସବ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା, ପାର୍କିଂ, ପରିମଳ, ଅଲୋକ ବ୍ୟବସ୍ଥା, ସ୍ବାସ୍ଥ୍ୟ ସେବା, ଓଡ୍ରାଫ ଟିମ, ଅଗ୍ନିଶମ ବିଭାଗ, ଏଏସଆଇ ଆଦି ବିଭାଗକୁ ସୂଚାର ରୂପେ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏଥର କୋଣାର୍କ ଉତ୍ସବ ବେଶ ଆକର୍ଷଣୀୟ ହେବ ବୋଲୀ ପର୍ଯ୍ୟଟନ ବିଭାଗ ଆଶା ରଖିଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ