ଓଡିଶା

odisha

By

Published : Nov 29, 2021, 11:00 PM IST

ETV Bharat / state

ସଜେଇ ହେଲାଣି କୋଣାର୍କ: ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

କୋଣାର୍କ ଉତ୍ସବ 2021 ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । କାରିଗରଙ୍କ ଦ୍ଵାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହେଉଥିବାବେଳେ ବାଲୁକା ଶିଳ୍ପୀଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ଅଧିକ ପଢନ୍ତୁ

ସଜେଇ ହେଲାଣି କୋଣାର୍କ: ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ସଜେଇ ହେଲାଣି କୋଣାର୍କ: ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ପୁରୀ: ସଜେଇ ହେଲାଣି କୋଣାର୍କ । କୋଣାର୍କ ଉତ୍ସବ 2021 ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । କାରିଗର ମାନଙ୍କ ଦ୍ଵାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହେଉଥିବାବେଳେ ବାଲୁକା ଶିଳ୍ପୀଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ସେପଟେ କୋଭିଡ କଟକଣା ଭିତରେ ପାଳିତ ହେବ ଡାନ୍ସ ଫେଷ୍ଟିଭାଲ ଓ ଆର୍ନ୍ତାଜାତିକ ବାଲୁକା କଳା ମହୋତ୍ସବ । ପୂର୍ବବର୍ଷ ଭଳି ମିନାବଜାର ଓ ଯାତ୍ରା ଉପରେ କଟକଣା ଜାରି କରାଯାଇଥିବା ବେଳେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ସାନିଟାଇଜରକୁ ଦିଆଯାଇଛି ଗୁରୁତ୍ଵ ।

ସଜେଇ ହେଲାଣି କୋଣାର୍କ: ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଆସନ୍ତା ଡିସେମ୍ଵର 1 ତରିଖ ଠାରୁ 5 ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବକୁ ମଧ୍ୟ ଆକର୍ଷଣୀୟ କରିବା ଲାଗି ଉଦ୍ୟମ କରାଯାଇଥିବାର ଦେଖିବାକୁ ମିଳିଛି । 5 ଦିନିଆ ଏହି କୋଣାର୍କ ଉତ୍ସବରେ ମୁକ୍ତାକାଶ ରଙ୍ଗମଞ୍ଚରେ ନାମିଦାମୀ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା । ଏଥିସହିତ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଦେଶ ବିଦେଶର କଳାକାରମାନେ ପ୍ରତିନିଧିତ୍ଵ କରିବେ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ଵାରା କଥକ, କୁଚୁପୁଡି, ଓଡିଶୀ ନୃତ୍ୟ, ଭାରତନାଟ୍ୟମ ପରିବେଷଣ କରାଯିବ । ଯେଉଁଥିରେ ଓଡିଶାର କଳା ସଂସ୍କୃତି ସହିତ ଭାରତୀୟ କଳା ସଂସ୍କୃତିକୁ, ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ ନୃତ୍ୟାଙ୍ଗନା ।

ବିଶେଷକରି ଏହି ନୃତ୍ୟ ଛତିଶଗଡ, ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଦିଲ୍ଲୀର ନୃତ୍ୟଶିଳ୍ପୀଙ୍କ ଦ୍ଵାରା ପରିବେଷଣ ହେବ । ସେହିପରି ବାଲୁକା ମହୋତ୍ସବରେ ଆନ୍ତର୍ଜାତିୟ ବାଲୁକା ଚିତ୍ରଶିଳ୍ପୀ ମାନଙ୍କ ଦ୍ଵାରା ବାଲିରେ ଜୀବନ୍ତ ଛବିକୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ । ଏହି 5 ଦିନିଆ ମହୋତ୍ସବରେ ପ୍ରତ୍ୟେକ ଦିନ ବିଭିନ୍ନ ବିଷୟକୁ ନେଇ ବାଲୁକା ଶିଳ୍ପୀମାନେ ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଇବେ ।

ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରୁ ରୂପେ ଅନୁଷ୍ଠିତ ହେବ ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ସମସ୍ୟା କିଭଳି ନଉପୁଜିବ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୋଣାର୍କ ଉତ୍ସବକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣାକୁ ଗୁରୁତ୍ଵ ଦିଆଯାଇଛି । ମୁକ୍ତକାଶ ରଙ୍ଗମଞ୍ଚରେ ଛଅ ଶହ ଦର୍ଶକଙ୍କୁ ଅନୁମତି ଥିବା ବେଳେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜକୁ ଗୁରୁତ୍ଵ ଦେଇ ସମସ୍ତ କାର୍ଯ୍ୟ ତ୍ଵରାନ୍ବିତ ହେବ ବୋଲି କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details