ଓଡିଶା

odisha

ETV Bharat / state

ଖୋଲିଲା କୋଣାର୍କ ମନ୍ଦିର, ବ୍ୟବସାୟୀ-ଫଟୋଗ୍ରାଫରଙ୍କ ‘କଟକଣା’କୁ ବିରୋଧ - କୋଣାର୍କ କୋଭିଡ କଟକଣା

କୋଣାର୍କ ମନ୍ଦିର ଭିତରକୁ ଫୋଟୋ ଗ୍ରାଫର, ଗାଇଡ଼ ପ୍ରବେଶ ନିଷିଦ୍ଧ ଥିବା ବେଳେ ମନ୍ଦିର ମୁଖ୍ୟ ଗେଟ୍ ନିକଟରେ ଥିବା ଦୋକାନୀ ଦୋକାନ ଖୋଲିବାକୁ ବାରଣ କରାଯାଇଛି । ଯାହାକୁ ନେଇ ଫଟୋ ଗ୍ରାଫର, ଗାଇଡ଼ ଓ ବ୍ୟବସାୟୀ ମାନେ କ୍ଷୁବ୍ଧ ହୋଇଛନ୍ତି ।

Konark Temple open after five months with Covid-19 guideline, Konak handloom association opposed
କୋଭିଡ କଟକଣାରେ ଖୋଲିଲା କୋଣାର୍କ ମନ୍ଦିର, ବ୍ୟବସାୟୀ-ଫଟୋଗ୍ରାଫରଙ୍କ ବିରୋଧ

By

Published : Sep 1, 2020, 8:35 PM IST

ପୁରୀ: ଦୀର୍ଘ 5 ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟକମାନେ କେବଳ ଅନଲାଇନରେ ଟିକେଟ କରି କୋଣାର୍କ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ମନ୍ଦିର ଖୋଲିବା ନେଇ ସରକାରଙ୍କ ପକ୍ଷରୁ କଟକଣା ଜାରି ହୋଇଛି ।

କୋଭିଡ କଟକଣାରେ ଖୋଲିଲା କୋଣାର୍କ ମନ୍ଦିର, ବ୍ୟବସାୟୀ-ଫଟୋଗ୍ରାଫରଙ୍କ ବିରୋଧ

ଅନଲାଇନ ଟିକେଟ ପାଇଁ ମନ୍ଦିର ସମ୍ମୁଖରେ ଏକ ବୋର୍ଡରେ କ୍ୟୁଆର ସ୍କାନ କୋଡ଼ ରହିଛି। ପର୍ଯ୍ୟଟକ ମାନେ ଏହାକୁ ମୋବାଇଲରେ ସ୍କାନ କରି ଅନଲାଇନରେ ଅର୍ଥ ପୈଠ କରିବେ । ସେହିପରି କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଥର୍ମାଲ ସ୍କ୍ରିନିଂ ସମେତ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟପଟେ କୋଣାର୍କ ମନ୍ଦିର ଭିତରକୁ ଫୋଟୋ ଗ୍ରାଫର, ଗାଇଡ଼ ପ୍ରବେଶ ନିଷିଦ୍ଧ ଥିବା ବେଳେ ମନ୍ଦିର ମୁଖ୍ୟ ଗେଟ୍ ନିକଟରେ ଥିବା ଦୋକାନୀ ଦୋକାନ ଖୋଲିବାକୁ ବାରଣ କରାଯାଇଛି । ଯାହାକୁ ନେଇ ଫଟୋଗ୍ରାଫର, ଗାଇଡ଼ ଓ ବ୍ୟବସାୟୀ ମାନେ କ୍ଷୁବ୍ଧ ହୋଇଛନ୍ତି।

ଦୀର୍ଘ 5 ମାସ ହେବ କୋଣାର୍କ ମନ୍ଦିର ବନ୍ଦ ଫଳରେ ସମସ୍ତେ ନିଜର ଜୀବିକା ହରାଇଛନ୍ତି। ଦୁର୍ଭାଗ୍ୟର ବିଷୟ ପ୍ରତ୍ନତାତ୍ତ୍ବିକ ବିଭାଗ ମାନବିକତା ଭୁଲି ଯାଇ ବ୍ୟବସାୟୀଙ୍କ ଜୀବନ ଜୀବିକା ଉପରେ କଟକଣା ଲଗାଇଥିବା ଅଭିଯୋଗ ହୋଇଛି। ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି କୋଣାର୍କ ହସ୍ତଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି।

ତୁରନ୍ତ ରାଜ୍ୟ ସରକାର ଏ ନେଇ ଏଏସଆଇ ସହିତ ଆଲୋଚନା କରି ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ କରିବାକୁ ସଂଘର ସଦସ୍ୟ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details