ଓଡିଶା

odisha

ETV Bharat / state

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: କୋଭିଡ କଟକଣାରେ ଖୋଲିଲା କୋଣାର୍କ ମନ୍ଦିର - ପର୍ଯ୍ୟଟକ

ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୋଣାର୍କ ମନ୍ଦିର । ଦିନକୁ କେବଳ ୨ ହଜାର ପର୍ଯ୍ୟଟକ ପ୍ରବେଶ ପାଇଁ ଅନୁମତି ରହିଛି। ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଖୋଲିଲା କୋଣାର୍କ ମନ୍ଦିର
କୋଭିଡ କଟକଣାରେ ଖୋଲିଲା କୋଣାର୍କ ମନ୍ଦିର

By

Published : Aug 2, 2021, 11:01 AM IST

Updated : Aug 2, 2021, 11:32 AM IST

ପୁରୀ: ରାଜ୍ୟରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରେ କୋହଳ ହୋଇଛି କୋଭିଡ କଟକଣା । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଥିବା କଟକଣା ହଟିଛି । ତେବେ କୋଭିଡ ଗାଇଡ଼ ଲାଇନ ସହ ଆଜି ଖୋଲିଛି କୋଣାର୍କ ସୂର୍ଯ୍ୟ ମନ୍ଦିର । କୋରୋନା ଦ୍ୱିତୀୟ ଲହର ପାଇଁ ଏପ୍ରିଲ ୧୬ରୁ ଦୀର୍ଘ ଦିନ ଧରି ବନ୍ଦ ଥିଲା କୋଣାର୍କ ମନ୍ଦିର।

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: କୋଭିଡ କଟକଣାରେ ଖୋଲିଲା କୋଣାର୍କ ମନ୍ଦିର

ତେବେ ରାଜ୍ୟ ସରକାର ଅନଲକ ପ୍ରକ୍ରିୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କେନ୍ଦ୍ର କୋଭିଡ ନିୟମ ଅନୁଯାୟୀ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି କୋଣାର୍କ ମନ୍ଦିର । ଦିନକୁ କେବଳ ୨ ହଜାର ପର୍ଯ୍ୟଟକ ପ୍ରବେଶ ପାଇଁ ଅନୁମତି ରହିଛି । ବାରକୋଡ଼ରେ ଟିକେଟ ବ୍ୟବସ୍ଥା, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା କରାଯାଇ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯାଇଛି ।

ସକାଳ ୬ଟାରୁ ଦିନ ୧ଟା ମଧ୍ୟରେ ୧୦୦୦ ଓ ଦିନ ୧ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ପର୍ଯ୍ୟଟକ ମାନେ ସ୍ୱାଗତ କରିଥିବା ବେଳେ ବ୍ୟବସାୟୀ, ଫଟୋ ଗ୍ରାଫର, ଗାଇଡ଼ ଓ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କୁ ଅନୁମତି ନଥିବାରୁ ସେମାନେ ନିରାଶ ହୋଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 2, 2021, 11:32 AM IST

ABOUT THE AUTHOR

...view details