ଓଡିଶା

odisha

By

Published : Dec 1, 2019, 10:17 PM IST

ETV Bharat / state

କୋଣାର୍କ ମହୋତ୍ସବ; ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ହେରିଟେଜ ବାଲୁକା କଳା

କୋଣାର୍କରେ ରବିବାରଠାରୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ ଓ ବିଶ୍ବ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଶ୍ବ ବାଲୁକା କଳା ମହୋତ୍ସବ ଉଦଘାଟନ କରିଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଛି କୋଣାର୍କ ଉତ୍ସବ
ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଛି କୋଣାର୍କ ଉତ୍ସବ

ପୁରୀ: ରବିବାରଠାରୁ ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ ଓ ବିଶ୍ବ ବାଲୁକା କଳା ଉତ୍ସବ । ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଶ୍ବ ବାଲୁକା କଳା ମହୋତ୍ସବ ଉଦଘାଟନ କରିଛନ୍ତି । ଯେଉଁଥିରେ ଦେଶ-ବିଦେଶରୁ ଶତାଧିକ ବାଲୁକାଶିଳ୍ପୀ ଅଂଶ ଗ୍ରହଣ କରିଛନ୍ତି।

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଛି କୋଣାର୍କ ଉତ୍ସବ

ଉତ୍ସବର ପ୍ରଥମ ଦିନରେ ହେରିଟେଜ ଉପରେ ବାଲୁକା କଳା ପ୍ରଦର୍ଶିତ ହୋଇଛି । ଓଡ଼ିଶାର କଳାକାରମାନେ ବାଲୁକା କଳାରେ ରାଜ୍ୟର ବିଭିନ୍ନ କଳାକୃତିକୁ ସ୍ଥାନ ଦେଇଛନ୍ତି । ଶ୍ରୀମନ୍ଦିର, ପ୍ରଭୁ ଜଗନ୍ନାଥ, ଧଉଳି, ଖଣ୍ଡଗିରି ଆଦି ବିଭିନ୍ନ ପ୍ରମୁଖ ପ୍ରସିଦ୍ଧ କଳାକୃତିକୁ ସ୍ଥାନ ଦେଇଛନ୍ତି। ଯାହାକୁ ଦେଖି ପର୍ଯ୍ୟଟକମାନେ ମନ୍ତ୍ରମୁଗ୍ଧ ହୋଇଛନ୍ତି ।

ଶହେରୁ ଅଧିକ ବାଲୁକା ଶିଳ୍ପୀ ଓ ବିଦେଶରୁ 6 ଜଣ ବାଲୁକାଶିଳ୍ପୀ ଏଥିରେ ସାମିଲ ହୋଇଛନ୍ତି । ଅନ୍ୟପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କୋଣାର୍କ ମହୋତ୍ସବକୁ ଆଜି ସନ୍ଧ୍ୟାରେ ଉଦଘାଟନ କରିଛନ୍ତି । ଦେଶର ବିଭିନ୍ନ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ କଳାକାର ତାଙ୍କର ନୃତ୍ୟ ପ୍ରଦର୍ଶନ କରିଛନ୍ତି । ରଙ୍ଗୀନ ଅଲୋକ ମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ତମ କୋଣାର୍କ ମହୋତ୍ସବ ଆଜିଠୁ 5 ଦିନ ଧରି ଅନୁଷ୍ଠିତ ହେବ ।

ଆଗକୁ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶୀ, କୁଚିପୁଡ଼ି, କଥକ, ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ବବିଦିତ କରିବା ଲକ୍ଷ୍ୟ ନେଇ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଥିବା ବେଳେ ପାଞ୍ଚ ତାରିଖରେ ଉଦଯାପିତ ହେବ।

ଚଳିତବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ । କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ବୃଦ୍ଧି ପାଇଛି । ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେଇଛନ୍ତି । ଆମେରିକା, ଋଷିଆ, ଡ଼େନମାର୍କ, ଆଫ୍ରିକା କାନାଡ଼ା, ଆର୍ୟଲାଣ୍ଡର ବାଲୁକା ଶିଳ୍ପୀମାନେ ବାଲୁକା କଳା ପ୍ରଦର୍ଶନ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details