ଓଡିଶା

odisha

ETV Bharat / state

କବୀରଙ୍କ ପାଇଁ ସମ୍ଭବ ହୋଇଥିଲା ଶ୍ରୀମନ୍ଦିର ନିର୍ମାଣ, ଜାଣନ୍ତୁ କେମିତି ?

ମଠ, ମନ୍ଦିର ଓ ପର୍ବ ପର୍ବାଣୀର ସହର ଶ୍ରୀକ୍ଷେତ୍ର ପୁରୀ । ଏଠାରେ ପ୍ରତିଷ୍ଠା ହୋଇଛି ଅନେକ ମଠ, ମନ୍ଦିର । ପୁରୀରେ ପ୍ରତିଷ୍ଠା ହୋଇଥିବା କବିର ଚୌରା ମଠ କେମିତି ହେଲା ପ୍ରତିଷ୍ଠା ପଢନ୍ତୁ ...

By

Published : Jan 15, 2020, 8:42 PM IST

Kabir choura math
Kabir choura math

ପୁରୀ: ପୁରୀ ସ୍ବର୍ଗଦ୍ବାର ସମୁଦ୍ର କୂଳରେ ରହିଛି କବିର ଚୌରା ମଠ। ମହାନ ସନ୍ଥ କବିର ସାହେବ ପୁରୀ ଆସିବା ବେଳେ ଏଠାରେ ରହିଥିଲେ। ତେବେ ମହାନ ସନ୍ଥ କବିର ସାହେବ ପୁରୀ ଆସିବା ପଛରେ ରହିଛି ଏକ ସ୍ବତନ୍ତ୍ର କିମ୍ବଦନ୍ତୀ। କବିର ପନ୍ଥୀ କୁହନ୍ତି ସନ୍ଥ କବିରଙ୍କ ଯୋଗୁଁ ଶ୍ରୀମନ୍ଦିର ନିର୍ମାଣ ହୋଇ ପାରିଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ଯେତେବେଳେ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ କରିଥିଲେ ପାଖରେ ଥିବା ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ତାହା ଭାଙ୍ଗି ଯାଉଥିଲା। ରାଜା ଇନ୍ଦ୍ରଦ୍ୟୁମ୍ନ ହତାଶ ହୋଇ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ନିଜର ଦୁଃଖ ଜଣାଇ ଥିଲେ ।

କବୀରଙ୍କ ପାଇଁ ସମ୍ଭବ ହୋଇଥିଲା ଶ୍ରୀମନ୍ଦିର ନିର୍ମାଣ


ସେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶୂନ୍ୟବାଣୀ ହୋଇଥିଲା କବିରଙ୍କୁ ପୁରୀ ଡାକିଲେ ସେ ସମୁଦ୍ରକୁ ରୋକି ପାରିବେ ଓ ଶ୍ରୀମନ୍ଦିର ନିର୍ମାଣ ହୋଇ ପାରିବ। ରାଜାଙ୍କ ଡାକରା ପାଇ କବିର ପୁରୀରେ ପହଞ୍ଚିବା ସହ ସମୁଦ୍ର କୂଳରେ ତାଙ୍କର ଏକ ଆଶା ବାଡି ପୋତିଥିଲେ। ତାହା ପର ଠାରୁ ସମୁଦ୍ର କୂଳ ଲଙ୍ଘି ନଥିଲା। ଶ୍ରୀମନ୍ଦିର ନିର୍ମାଣ ହୋଇଥିଲା । ଯେଉଁଠି କବିର ଆଶା ବାଡି ପୋତିଥିଲେ ସେହି ସ୍ଥାନ ଏବେ କବିର ଚୌରା ମଠ ଭାବେ ବିଖ୍ୟାତ। ଅନେକ କବିର ପନ୍ଥୀ ଏହିମଠକୁ ଆସି କବିର ବାବାଙ୍କ ଆସ୍ଥାନକୁ ପୂଜା କରୁଛନ୍ତି ।

ସନ୍ଥ କବିର ପ୍ରଭୁ ଜଗନ୍ନାଥଙ୍କ ବଡ ଅନୁଗାମୀ ଥିଲେ। କିମ୍ବଦନ୍ତୀ କୁହେ ଖ୍ରୀଷ୍ଟାଦ୍ଦ 387 ମସିହାରେ ସେ ପୁରୀ ଆସିଥିଲେ। କବିର ସବୁବେଳେ ସତ୍ୟ ଵଚନ ବ୍ୟବହାର ସମେତ ଶାନ୍ତି ବାର୍ତ୍ତା ପ୍ରଦାନ କରୁଥିଲେ। ତେବେ କବିରଙ୍କ ଆସ୍ଥାନକୁ ପୂଜା କରାଯାଉ ଥିବା ବେଳେ ଅନେକ ଭକ୍ତ ଆସି ପୂଜା କରନ୍ତି । ବିଶ୍ବାସ ରହିଛି ଏଠାରେ ମାନସିକ କଲେ ତାହା ନିଶ୍ଚିତ ପୂରଣ ହୁଏ। ତେବେ ଫାଲଗୁନ ମାସ ଚତୁର୍ଦ୍ଦଶୀରେ ଆଳତି ଚୌକା ଏକ ବଡ ଆଧ୍ୟତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଯେଉଁ ଥିରେ ଭାରତର କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ଆସିଥାନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details