ଓଡିଶା

odisha

ETV Bharat / state

Kite Manja Thread Mishap: ପୁରୀରେ ମାଞ୍ଜା ସୂତା ବିକିଲେ ହେବ କାର୍ଯ୍ୟାନୁଷ୍ଠାନ - ମାଞ୍ଜା ସୁତା ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

କଟକରେ ଜଣଙ୍କ ଜୀବନ ନେବା ସହ ପୁରୀରେ ଜଣେ ଗୁରୁତ୍ତର ହେବା ପରେ ଚେତିଲା ପୁରୀ ଜିଲ୍ଲା ପ୍ରଶାସନ । ପୂର୍ବରୁ ନିଷିଦ୍ଧ ଥିବା ମାରାତ୍ମମକ ମାଞ୍ଜା ସୂତା ଏଣିକି ଜିଲ୍ଲାରେ ବିକ୍ରି ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Kite manja thread mishap
Kite manja thread mishap

By

Published : Dec 27, 2021, 10:41 PM IST

ପୁରୀ:କଟକରେ ଜଣଙ୍କ ଜୀବନ ନେବା ସହ ପୁରୀରେ ଜଣେ ଗୁରୁତ୍ତର ହେବା ପରେ ଚେତିଲା ପୁରୀ ଜିଲ୍ଲା ପ୍ରଶାସନ । ପୂର୍ବରୁ ନିଷିଦ୍ଧ ଥିବା ମାରାତ୍ମମକ ମାଞ୍ଜା ସୂତା (chinese manja ) ଏଣିକି ଜିଲ୍ଲାରେ ବିକ୍ରି ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ ।

Kite manja thread mishap : ପୁରୀରେ ବିକ୍ରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଘଟଣା ଅନୁସାରେ ଗତକାଲି (ରବିବାର) କଟକ ଜଗତପୁର ପିରବଜାର ଅଞ୍ଚଳରେ ମାଞ୍ଜା ସୂତାରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ସହ ରାତିରେ ପୁରୀରେ ଜଣେ ଔଷଧ ଆଣିବା ପାଇଁ ଯାଉଥିବା ବେଳେ ମାଞ୍ଜା ଜାଲରେ ଛନ୍ଦି ହୋଇ ଗୁରୁତ୍ବର ଆହତ ହୋଇଛନ୍ତି ।

ଏହାକୁ ନେଇ ପୁରୀ କୁମ୍ଭାର ପଡା ଥାନାରେ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ପୁରୀ ଅତିତିକ୍ତ ଏସପି ମିହିର ପଣ୍ଡା କହିଛନ୍ତି ଆଇନ କଡାକଡି ପାଳନ ହେବ ।

ଯେଉଁ ମାନେ ନିଷିଦ୍ଧ ମାଞ୍ଜା ସୂତା ବିକ୍ରି କରୁଛନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ହେବ । ଜନଗହଳି ଅଞ୍ଚଳରେ ଗୁଡି ନ ଉଡେଇବା ନେଇ ସଚେତନ କରାଯିବ। ନୀୟମ ଉଲ୍ଲଘଂନ ହେଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details