ଓଡିଶା

odisha

ETV Bharat / state

କୋଣାର୍କ ବେଳାଭୂମିରେ 'ଗୁଡ଼ି ଉତ୍ସବ' ପାଳିତ, ମଜାନେଲେ ପର୍ଯ୍ୟଟକ - Kite festival held at konark sea beah in puri

ମକର ସଂକ୍ରାନ୍ତି ଉପଲକ୍ଷେ ଓଡିଆ ପରମ୍ପରା ସହ ଯୁବପୀଢିକୁ ଯୋଡି ରଖିବାକୁ ଆୟୋଜିତ ହୋଇଯାଇଛି ଗୁଡି ଉତ୍ସବ । ଅଧିକ ପଢନ୍ତୁ...

kite fest
କୋଣାର୍କ ବେଳାଭୂମିରେ 'ଗୁଡ଼ି ଉତ୍ସବ' ପାଳିତ

By

Published : Jan 16, 2020, 3:37 AM IST

ପୁରୀ: ମକର ସଂକ୍ରାନ୍ତି ଉତ୍ସବରେ ଗୁଡି ଉଡାଇବାର ପରମ୍ପରା ବହୁ ପୁରଣା । ଏହି ଅବସରରେ କୋଣାର୍କ ବେଳାଭୂମିରେ ପ୍ରଥମଥର ହେଉଥିବା 'ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ' କାର୍ଯ୍ୟକ୍ରମ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ 'ଗୁଡ଼ି ଉତ୍ସବ' ଆୟୋଜନ କରାଯାଇଛି ।

କୋଣାର୍କ ବେଳାଭୂମିରେ 'ଗୁଡ଼ି ଉତ୍ସବ' ପାଳିତ

ପର୍ଯ୍ୟଟନ ବିଭାଗ ଓ ସିଆଇଆଇ ପକ୍ଷରୁ ଆୟୋଜିତ ଏହି ଗୁଡ଼ି ଉତ୍ସବରେ ପର୍ଯ୍ୟଟକମାନେ ଗୁଡ଼ି ତିଆରିର କୌଶଳ ଶିଖିବା ସହିତ ବିଚ୍ ରେ ଗୁଡ଼ି ଉଡ଼ାଇବାର ମଜା ନେଇଛନ୍ତି l ଓଡ଼ିଆ ପରମ୍ପରା ଅନୁସାରେ, ମକର ସଂକ୍ରାନ୍ତି ଦିନ ହିଁ ଏଭିଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ବାହାରୁ ଆସିଥିବା ପର୍ଯ୍ୟଟକମାନେ ବହୁସଂଖ୍ୟlରେ ଅଂଶଗ୍ରହଣ କରିଥିଲେ l

ବିଶେଷକରି ଯୁବ ସମାଜ ଓଡ଼ିଆ ପରମ୍ପରା ଠାରୁ ଦୂରେଇ ରହୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଦ୍ବାରା ସେମାନଙ୍କୁ ଆମ ପରମ୍ପରା ପ୍ରତି ଆକୃଷ୍ଟ କରିବାର ଏହା ଏକ ମଧ୍ୟ୍ୟମ ବୋଲି ପର୍ଯ୍ୟଟକ କହିଛନ୍ତି । ତେବେ ଏହି ଅବସରରେ କୁନିକୁନି ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗରଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକମାନେ ଏଠାରେ ଗୁଡ଼ି ଉଡ଼ାଇ ମଜା ନେଇଛନ୍ତି l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details