ଓଡିଶା

odisha

ETV Bharat / state

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ନୀତି, ଅପରାହ୍ନ 5 ଟାରୁ 5 ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି । ଏନେଇ ଅପରାହ୍ନ 5 ଟାରୁ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଅଧିକ ପଢନ୍ତୁ

khasapada rituals of lord jagannath
ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଖସାପଡା ନୀତି

By

Published : Mar 20, 2023, 9:15 AM IST

Updated : Mar 20, 2023, 11:57 AM IST

ଶୁଣନ୍ତୁ ଶ୍ରୀଜିଉଙ୍କ ଖସାପଡା ନୀତି ବିଶେଷତ୍ବ

ପୁରୀ:ଶ୍ରୀମନ୍ଦିରରେ ଆଜି ଚୈତ୍ର କୃଷ୍ଣପକ୍ଷ ଚର୍ତୁଦଶୀରେ ମହାପ୍ରଭୁଙ୍କ ଖସାପଡା ନୀତି । ଏହା ମହାପ୍ରଭୁଙ୍କର ଏକ ସ୍ବତନ୍ତ୍ର ଗୁପ୍ତ ନୀତି । ତେଣୁ ଅପରାହ୍ନ 5 ଟାରୁ ରାତି 10ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶ୍ରୀମନ୍ଦିର ବାର ମାସରେ ୧୩ ପର୍ବ ପାଳନ ହୁଏ ସେଥି ମଧ୍ୟରୁ ଏହି ଖସାପଡା ନୀତି ଅନନ୍ୟ । ବର୍ଷକୁ 2ରୁ 3 ଥର ଏହି ନୀତି ପାଳନ ହୁଏ । ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ସ୍ଵତନ୍ତ୍ର ନୀତି ଭିତରେ ଖସାପଡା ନୀତି ଗୋଟିଏ । ଏହା ଏକ ଗୁପ୍ତ ସେବା ହେଇଥିବାରୁ ଏହି ନୀତି ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଶ୍ରୀପୟର ସୁରକ୍ଷା ପାଇଁ ଏହି ନୀତି ଅନୁଷ୍ଠିତ ହୋଇଥାଏ ।

ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଁଞ୍ଚିଥାଏ । ଏଣୁ ଖସାପଡା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ । ଏହା ଦଇତାପତି ସେବାୟତମାନଙ୍କର ଗୋଷ୍ଠୀଗତ ଏବଂ ଗୁପ୍ତ ସେବା ଅଟେ । ବର୍ଷକୁ ୨ରୁ୩ ଥର ଏହି ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଶ୍ରୀଗୁଣ୍ଡିଚା ଯାତ୍ରା ସାରିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଶ୍ରୀଅଙ୍ଗ ଶ୍ରୀପୟରର ସୁରକ୍ଷା ପାଇଁ ଏହି ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ । ତାପରେ ଦିଅଁମାନେ ହୋଲି ଖେଳିଲା ଯୋଗୁଁ ତାଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଖସାପଡା ନୀତି ଅନୁଷ୍ଠିତ ହୋଇଥାଏ ।

ଏହା ବି ପଢନ୍ତୁ...World Pakhala Divas: ସଞ୍ଜ ହେଉ କି ସକାଳ, ଓଡିଆ ମନ ଖୋଜେ ପଖାଳ

ଏହି ନୀତି ପାଇଁ ପୂର୍ଵ ଦିନରୁ ଦେଉଳକରଣ ଧଳାକନା ଧୋଇ ଶୁଖାଇଥାଆନ୍ତି ଗାରଦରେ ଜମା ଦେଇଥାନ୍ତି । ଶୁଦ୍ଧ ସୁଆର ଖଳି କଇଁଥଅଠା ଯୋଗାଇଥାନ୍ତି । ଆଜି ମଧ୍ୟାନ୍ନ ଧୂପ ପରେ ଜୟବିଜୟ ଦ୍ବାର ବନ୍ଦ ହେବ । ବେହେରାଣ ଦ୍ବାର ଦେଇ ପାଳିଆ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ । ଏହାପରେ ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଗୁପ୍ତ ନୀତି ସମ୍ପୂର୍ଣ୍ଣ କରିବେ । ଧଳାକନା ଖଳି ଓ କଇଁଥଅଠାକୁ ବ୍ୟବହାର କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସଜେଇବେ। ଏହି ନୀତି ସମ୍ପୂର୍ଣ୍ଣ ହେବା ପାଇଁ 5 ଘଣ୍ଟା ସମୟ ଲାଗିଥାଏ ତେଣୁ ରାତି 10ଟାରେ ଏହି ନୀତି ଶେଷ ହେବ ବୋଲି ନୀତି ଧାର୍ଯ୍ୟ କରାଯାଇଛି । ଖସାପଡା ନୀତି ସମ୍ପୂର୍ଣ୍ଣ ହେବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ । ଏହା ନୀତି ଶେଷ ପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Mar 20, 2023, 11:57 AM IST

ABOUT THE AUTHOR

...view details