ପୁରୀ: ରାତି ପହିଲେ କାର୍ତ୍ତିକ ପୂର୍ଣ୍ଣିମା । ମହାପ୍ରଭୁ ରତ୍ନ ସିଂହାସନରେ ରାଜରଜେଶ୍ବର ବେଶ ତଥା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ଶ୍ରୀମନ୍ଦିରକୁ । ଏନେଇ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଶ୍ରୀମନ୍ଦିର ସିଂହ ଦ୍ବାରଠାରୁ ଶ୍ରୀନଅର ପର୍ଯ୍ୟନ୍ତ ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ମଙ୍ଗଳବାର କେବଳ ସିଂହଦ୍ବାର ଦେଇ ପ୍ରବେଶ କରିପାରିବେ । ଅନ୍ୟଦ୍ବାରରେ ପ୍ରସ୍ଥାନ କରିବେ । ସେହିପରି ମନ୍ଦିର ଭିତରେ ଗହଳି ଓ ଭିଡ଼ ନିୟନ୍ତ୍ରଣ ନେଇ ସ୍ବତନ୍ତ୍ର ପୋଲିସ ଟିମ୍ ଓ ସାଧା ପୋଷାକଧାରୀ ପୋଲିସ ରହିବେ । 40 ପ୍ଲାଟୁନ ପୋଲିସ ଫୋର୍ସ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ତଥା ବିଭିନ୍ନ ଜାଗାରେ ମୁତୟତ ରହିବେ ।