ପୁରୀ:ପବିତ୍ର ପଞ୍ଚୁକରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ଏଣୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ତେବେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କେବଳ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହେଇଛି । ପଞ୍ଚୁକ ୫ ଦିନ ବାହାର କାଠ ନିକଟରେ ଦର୍ଶନ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାଶ ।
ପଞ୍ଚୁକରେ ମହାପ୍ରଭୁଙ୍କ ବେଶ ନିତି ସହ ଧୂପ ନୀତି ରହିଛି । ଭିତର କାଠ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଗଲେ ମହାପ୍ରଭୁଙ୍କ ନିତିରେ ବିଳମ୍ବ ହେବା ସହ ଭକ୍ତଙ୍କ ଦର୍ଶନ ନେଇ ସମସ୍ୟା ଉପୁଜିବ । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ ବାହାର କାଠ ନିକଟରେ ଦର୍ଶନ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ସୁବିଧା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ଼, ଟଏଲେଟ୍, ପାନୀୟ ଜଳ ବ୍ୟବସ୍ଥା, ବିଶ୍ରାମ ସ୍ଥଳୀ ନିର୍ମାଣ ହୋଇଛି । ବୟସ୍କ, ଦିବ୍ୟାଙ୍ଗ ଭକ୍ତମାନଙ୍କୁ ସହାୟତା ପାଇଁ ସ୍ୱେଛାସେବୀଙ୍କୁ ମୁତୟନ କରଯାଇଛି । ମହାପ୍ରଭୁଙ୍କ ନିତି କିଭଳି ଶୃଙ୍ଖଳିତ ହୋଇପାରିବ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ ସେବାୟତଙ୍କ ମିଳିତ ଉଦ୍ୟମରେ ସବୁ କାର୍ଯ୍ୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ସେପଟେ କାର୍ତ୍ତିକ ପୂର୍ଣ୍ଣିମା ଶେଷ ପରେ 28 ତାରିଖରୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରର ଲେଜର୍ ସ୍କାନୀଙ୍ଗ ହେବ। ଏଏସଆଇ ପକ୍ଷରୁ ବାହାରୁ ରତ୍ନ ଭଣ୍ଡାର ଲେଜର୍ ସ୍କନିଂ ହେବ। କେଉଁ ସ୍ଥାନରେ ଫାଟ ହୋଇଚି ଚିହ୍ନଟ କରାଯିବ । ପରେ ଏହାର ମରାମତି ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ କହିଛନ୍ତି ।