ଓଡିଶା

odisha

By

Published : Dec 5, 2020, 10:21 PM IST

ETV Bharat / state

କୋଣାର୍କ ମହୋତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ କଥକ

ନିରାଡମ୍ବର ଭାବେ ଉଦଯାପିତ ହୋଇଛି କୋଣାର୍କ ଉତ୍ସବ । ଓଡିଶୀ ଓ କଥକ ନୃତ୍ୟ ଆଜି ସନ୍ଧ୍ୟାରେ ପରିବେଷଣ ହୋଇଛି ।

କୋଣାର୍କ ମହୋତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ କଥକ
କୋଣାର୍କ ମହୋତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ କଥକ

ପୁରୀ: 5 ଦିନ ଧରି ଚାଲିଥିବା କୋଣାର୍କ ଉତ୍ସବ ଆଜି ନିରାଡମ୍ବର ଭାବେ ଉଦଯାପିତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ପରିବେଷଣ ହୋଇଥିଲା ଓଡିଶୀ ଓ କଥକ ନୃତ୍ୟ । ପ୍ରଥମେ ମଞ୍ଚରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଭୁବନେଶ୍ୱରରୁ ଆସିଥିବା ଜିକେସିଏମ୍ ଓଡ଼ିଶୀ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଯାହା ଦର୍ଶକଙ୍କୁ ବେଶ ମନ୍ତ୍ରମୁଗ୍ଧ କରିଥିଲା ।

କୋଣାର୍କ ମହୋତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ କଥକ
ପରେ କଥକ ନୃତ୍ୟ ପରିବେଷିତ ହୋଇଥିଲା । ନୂଆଦିଲ୍ଲୀର ଦୃଷ୍ଟିକୋଣ ଡ୍ୟାନ୍ସ ଫାଉଣ୍ଡେସନ ପକ୍ଷରୁ କଥକ ନୃତ୍ୟ ପରିବେଷଣ କରାଯାଇଥିଲା । ଯାହାକି ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁଥିଲା । କୋଭିଡ କଟକଣା ଭିତ୍ତିରେ ସୀମିତ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସନ୍ଧ୍ୟାବେଳେ ରଙ୍ଗୀନ ଆଲୋକମାଳାରେ କୋଣାର୍କ ରଙ୍ଗ ମଞ୍ଚ ସଜେଇ ହୋଇଥିଲା । ଡିସେମ୍ବର 1 ତାରିଖରୁ ଆରମ୍ଭ ହୋଇଥିବା କୋଣାର୍କ ନୃତ୍ୟ ଉତ୍ସବ ଆଜି ଉଦଯାପିତ ହୋଇଛି । ତେବେ କୋଭିଡ କାଳରେ କୋଣାର୍କ ଉତ୍ସଵ ବନ୍ଦ ନ କରାନଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅୟୋଜନ କରାଯାଇ ଥିବାରୁ କଳାକାରମାନେ ସରକାରଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି ।
କୋଣାର୍କ ମହୋତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାରେ ମନମୋହିଲା ଓଡିଶୀ ଓ କଥକ
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details