ପୁରୀ:ଆସୁଛି କାଳୀ ପୂଜା । ଏଥିପାଇଁ ପୁରୀରେ ଜୋରଦାର ଆୟୋଜନ ଚାଲିଛି । କାଳୀ ପୂଜା ଆୟୋଜନ ନେଇ ଶ୍ରୀକ୍ଷେତ୍ର ରହିଛି ଚଳଚଞ୍ଚଳ । ପୂଜା ମଣ୍ଡପ ଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ରବିବାର 12 ତାରିଖରୁ ଆରମ୍ଭ ହେବ କାଳୀ ପୂଜା । ତେବେ ଏଥିପାଇଁ ଶ୍ରୀକ୍ଷେତ୍ର ମଧ୍ଯ ଚଳଚଞ୍ଚଳ ହୋଇପଡ଼ିଲାଣି । ବିଭିନ୍ନ ପୂଜା ମଣ୍ଡପ ଓ ଦେବୀ ପୀଠ ଗୁଡ଼ିକରେ କାଳୀ ପୂଜା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ପୂଜା ମଣ୍ଡପ ଗୁଡ଼ିକରେ ମୂର୍ତ୍ତି ଗୁଡ଼ିକରେ ରଙ୍ଗ କାର୍ଯ୍ୟ ଚାଲୁ ରହିଛି । ତୋରଣ ନିର୍ମାଣ ମଧ୍ଯ ଜାରି ରହିଛି ।
କିଭଳି ସଫଳ ଭାବେ ପୂଜା ଆୟୋଜନ ହୋଇପାରିବ ସେଥିପାଇଁ ପୂଜା ମଣ୍ଡପ କର୍ମକର୍ତ୍ତା ଲାଗି ପଡିଛନ୍ତି । ପୁରୀରେ ଅନେକ ପୂଜା ମଣ୍ଡପରେ କାଳୀପୂଜା ଅନୁଷ୍ଠିତ ହେଉଥିବାବେଳେ ବଡ ଶଙ୍ଖ ପୂଜା କମିଟି ପକ୍ଷରୁ ହେଉଥିବା ପୂଜାର ବିଶେଷ ଆକର୍ଷଣ ରହିଛି । ଏଠାରେ ସୁନ୍ଦର ତୋରଣ ସହ ରଙ୍ଗୀନ ଆଲୋକରେ ମଣ୍ଡପକୁ ସୁୁସଜ୍ଜିତ କରାଯାଇଥାଏ । ସେହିପରି ବିଧି ଅନୁଯାୟୀ ପୁଜା ଅନୁଷ୍ଠିତ ହୋଇଥାଏ । ୩ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଇଥାଏ ।
ଏହା ବି ପଢନ୍ତୁ...କାଳୀପୂଜା ପାଇଁ ବସିଲା ପ୍ରସ୍ତୁତି ବୈଠକ, ସୁରୁଖୁରୁରେ ମା'ଙ୍କ ପୂଜା ଶେଷ କରିବାକୁ ନିଷ୍ପତ୍ତି