ଓଡିଶା

odisha

ଝୁଲଣ ଯାତ୍ରାରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

By

Published : Aug 11, 2019, 9:24 AM IST

ଆରମ୍ଭ ହୋଇଯାଇଛି ଝୁଲଣ ଯାତ୍ରା । ଗୋପୀଙ୍କ ମଧ୍ୟରେ ବିଳାସମୟ ଦୋଳି ଖେଳିଛନ୍ତି ରାଧାକୃଷ୍ଣ । ଶରତ ରାସର ପୂର୍ବାଭାସରେ ପାଳିତ ହୋଇଥାଏ ଏହି ଉତ୍ସବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ


ପୁରୀ: ଝୁଲଣ ଉତ୍ସବ ଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ବିଭିନ୍ନ ମଠମାନଙ୍କରେ ଆନନ୍ଦ ଉଲ୍ଲାସ ସହ ପାଳନ ହେଉଛି ଝୁଲଣ ଯାତ୍ରା । ରାଧାକୃଷ୍ଣଙ୍କ ଗୋପ ରାସଲୀଳା କିମ୍ବଦନ୍ତୀଙ୍କୁ ବଡ ଆଡମ୍ବର ସହକାରେ ପାଳନ କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମଠ ଗୁଡିକରେ ବିମାନକୁ ଆକର୍ଷଣୀୟ ଭାବେ ସଜାଯାଇ ପ୍ରଭୁ ରାଧାକୃଷ୍ଣଙ୍କୁ ଝୁଲଣ ଦୋଳିରେ ଝୁଲା ଯାଇ ଝୁଲଣ ଉତ୍ସବକୁ ପାଳନ କରାଯାଉଛି । ଆଜି ଠୁ ସାତ ଦିନ ବ୍ୟାପି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପାଲା, ଗୋଟି ପୁଅ ନୃତ୍ୟ ତଥା ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କିତ ନୃତ୍ୟ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ସେପଟେ, ଶ୍ରଦ୍ଧାଳୁମାନେ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ଦର୍ଶନ ସହ ଝୁଲଣ ଉତ୍ସବରେ ନିଜକୁ ସାମିଲ କରି ଆନନ୍ଦ ଲାଭ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ମିଶ୍ର

ABOUT THE AUTHOR

...view details