ଓଡିଶା

odisha

ETV Bharat / state

ଅଲାରନାଥଙ୍କ ଝୁଲଣ ପର୍ବ ଆରମ୍ଭ, ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ

କୋରୋନା ହେତୁ ଦୁଇବର୍ଷ ଝୁଲଣ ପର୍ବ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହୋଇଥିବାରୁ ଚଳିତ ବର୍ଷ ବହୁ ଭକ୍ତଙ୍କ ସମାଗମ ହୋଇଥିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି।ଅଧିକ ପଢନ୍ତୁ

By

Published : Aug 8, 2022, 1:32 PM IST

devotees visited to baba alarnath temple
ଅଲାରନାଥଙ୍କ ଝୁଲଣ ପର୍ବ ଆରମ୍ଭ;ଧୁମଧାମରେ ଚାଲିବ 5ଦିନ

ବ୍ରହ୍ମଗିରି: ପ୍ରଭୁ ଅଲାରନାଥଙ୍କ ଝୁଲଣ ପର୍ବ ଆରମ୍ଭ ହୋଇଯାଇଛି । ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ତିଥି ଆରମ୍ଭ ହୋଇଥିବା ଏହି ପର୍ବ ଆସନ୍ତା ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲିବ । ପ୍ରଭୁ ଅଲାରନାଥଙ୍କ ଝୁଲଣ ପର୍ବ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି ।

ଅଲାରନାଥଙ୍କ ଝୁଲଣ ପର୍ବ ଆରମ୍ଭ;ଧୁମଧାମରେ ଚାଲିବ 5ଦିନ

ତେବେ ରବିବାର ପ୍ରଥମେ ସନ୍ଧ୍ୟା ଆଳତୀ ପରେ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ବାହୁ ବିଜେ କରାଇ ମନ୍ଦିର ବେଢାରେ ଏକ ଘେରା ପରିକ୍ରମା କରାଯାଇଥିଲା । ଏହା ପରେ ମହାପ୍ରଭୁଙ୍କୁ ଝୁଲଣ ବେଦିକୁ ଅଣାଯାଇ ଝୁଲଣ ଦୋଳିରେ ଉପବେଶନ କରାଯାଇଥିଲା । ପ୍ରଥମ ଦିନରେ ଅହିରାଜପୁର ଗ୍ରାମର ଗୋଟିପୁଅ ଗ୍ରୁପଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଝୁଲଣ ପର୍ବର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି ।

କୋରୋନା ହେତୁ ଦୁଇବର୍ଷ ଝୁଲଣ ପର୍ବ ଦର୍ଶନରୁ ଭକ୍ତ ମାନେ ବଞ୍ଚିତ ଥିଲେ । ଚଳିତ ବର୍ଷ ବହୁ ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details