ଓଡିଶା

odisha

ETV Bharat / state

ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶଙ୍କରାଚାର୍ଯ୍ୟଙ୍କୁ ନିୟୁତା ଦେବାକୁ ପରିଚାଳନା କମିଟିର ଉଜ୍ଜୈନ ଗସ୍ତ - ନିମନ୍ତ୍ରଣ

Jagatguru Shankaracharya Nischalananda Saraswati invitation: ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ । ଶ୍ରୀଜୀଉଙ୍କ ପରେ ଶଙ୍କରାଚାର୍ଯ୍ୟଙ୍କୁ ନିୟୁତା ଦେବାକୁ ପରିଚାଳନା କମିଟିର ମଧ୍ୟପ୍ରଦେଶ ଗସ୍ତ । ଅଧିକ ପଢ଼ନ୍ତୁ,

ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶଙ୍କରାଚାର୍ଯ୍ୟଙ୍କୁ ନିୟୁତା ଦେବାକୁ ପରିଚାଳନା କମିଟିର ଉଜ୍ଜୈନ ଗସ୍ତ
ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶଙ୍କରାଚାର୍ଯ୍ୟଙ୍କୁ ନିୟୁତା ଦେବାକୁ ପରିଚାଳନା କମିଟିର ଉଜ୍ଜୈନ ଗସ୍ତ

By ETV Bharat Odisha Team

Published : Dec 22, 2023, 12:36 PM IST

ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ: ଶଙ୍କରାଚାର୍ଯ୍ୟଙ୍କୁ ନିୟୁତା ଦେବାକୁ ପରିଚାଳନା କମିଟିର ଉଜ୍ଜୈନ ଗସ୍ତ

ପୁରୀ:ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମାରୋହ । ଗତକାଲି ମହାପ୍ରଭୁ ଶ୍ରୀଜୀଉଙ୍କୁ ନିମନ୍ତ୍ରଣ ପତ୍ର‌ ଅର୍ପଣ କରାଯାଇଥିଲା । ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ନିମନ୍ତ୍ରଣ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ମୁଖ୍ୟ ପ୍ରଶାସକ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରିଛନ୍ତି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବାରୁ ଏହି ଟିମ୍ ସେଠାକୁ ଯାଇ ଜଗତଗୁରୁଙ୍କୁ ନିମନ୍ତ୍ରଣ ପତ୍ର ଦେବେ ।

ଏହାମଧ୍ଯ ପଢ଼ନ୍ତୁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମହାପ୍ରଭୁଙ୍କୁ ନିମନ୍ତ୍ରଣ କଲେ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ

ପୁରୀ ପରିକ୍ରମା ପ୍ରକଳ୍ପ ପ୍ରକଳ୍ପ ଉଦଘାଟନ ସମୟରେ ଯଜ୍ଞ ଓ ହୋମ ଆଦି ବିଧି ବିଧାନ ସମ୍ପର୍କରେ ଜଗତଗୁରୁଙ୍କ ସହ ଆଲୋଚନା କରାଯିବ। । ଆଜି ସକାଳୁ ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ତିନିଜଣ ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ମିଶି ଉଜ୍ଜୈନ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ । ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ଜଗତଗୁରୁଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି । ଜଗତଗୁରୁ ବିଭିନ୍ନ ସମୟରେ କ୍ଷୋଭ ପ୍ରକାଶ କରୁଥିବା ବେଳେ ନିମନ୍ତ୍ରଣ ପତ୍ର ସ୍ବୀକାର କରି ଲୋକାର୍ପଣ କାର୍ଯ୍ୟକ୍ରମରେ ଶଙ୍କରାଚାର୍ଯ୍ୟ ଯୋଗଦେବେ ବୋଲି ପରିଚାଳନା କମିଟି ସଦସ୍ୟ ଆଶା ରଖିଛିି । ଏହାପରେ ଭାରତବର୍ଷର ଚାରିଧାମ, ୧୨ ଜ୍ୟୋତିର୍ଲିଙ୍ଗ, ଭାରତ ବର୍ଷର ବିଭିନ୍ନ ଶୈବପୀଠ ଓ ଜଗନ୍ନାଥ ମନ୍ଦିର ସହ ଅନ୍ୟାନ୍ୟ ପ୍ରମୁଖ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ଯାତ୍ରା କରିବେ ।

ଏହାମଧ୍ଯ ପଢ଼ନ୍ତୁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଆଲୋଚନା; ନିୟୋଜିତ ହେବେ ୧୦୮ ଶ୍ରୋତ୍ରୀୟ ବ୍ରାହ୍ମଣ

ପରମ୍ପରା ଅନୁସାରେ ଲୋକାର୍ପଣ ଉତ୍ସବ ପୂର୍ବରୁ ପ୍ରଥମେ ଗତକାଲି (ଗୁରବାର) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ପତ୍ର ଅର୍ପଣ କରାଯାଇଥିଲା । ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବାର ପରମ୍ପରା ଥିବାରୁ ଏନେଇ ଏହି କାର୍ଯ୍ୟ ଶ୍ରୀମନ୍ଦିରରେ ସମ୍ପନ୍ନ କରାଯାଇଛି । ମହାପ୍ରଭୁଙ୍କୁ ନିମନ୍ତ୍ରଣ କରାଯିବା ପରେ ପ୍ରଭୁ ନୃସିଂହ, ମାଆ ବିମଳା ଏବଂ ମଙ୍ଗଳାଙ୍କ ସମେତ ଶ୍ରୀକ୍ଷେତ୍ରରେ ଥିବା ପଞ୍ଚପାଣ୍ଡବଙ୍କୁ ନିମନ୍ତ୍ରଣ କରାଯାଇଛି । ଖୁବଶୀଘ୍ର ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧି ଭାରତର ବିଭିନ୍ନ ସ୍ଥାନକୁ ଯାଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଧର୍ମଗୁରୁ ମାନଙ୍କୁ ନିମନ୍ତ୍ରଣ କରିବେ ବରିଷ୍ଠ ସେବାୟତ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details