ପୁରୀ: ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ବିଚାରପତି ଏସ.ଏ ବୋବଡେଙ୍କ ଖଣ୍ଡପୀଠରେ ହୋଇଥିବା ଶୁଣାଣିରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ବ ଧର୍ମଗୁରୁ ଶଙ୍କରାଚାର୍ଯ୍ୟଙ୍କ ହାତରେ ନ୍ୟସ୍ତ କରାଯିବ କି ବୋଲି ପ୍ରଶ୍ନ କରିବା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଉତ୍ତର ରଖିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ।
ସେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ସହ ସୁପରିଚାଳନା କରିପାରିବେ ବୋଲି କହିଛନ୍ତି। ଅତୀତରେ ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାରେ ଶଙ୍କରାଚାର୍ଯ୍ୟ ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ | ଧର୍ମଶାସ୍ତ୍ରର ବ୍ୟବସ୍ଥା ଅନୁଯାୟୀ ଧର୍ମଗୁରୁ ହିଁ ଧର୍ମାନୁଷ୍ଠାନ ପରିଚାଳନା କରିବା କଥା। ସରକାର ଓ ପ୍ରଶାସନ କେବଳ ସହଯୋଗ କରିବା ଉଚିତ | ଏଭଳି ମତ ଦେଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ|