ପୁରୀ: ଶ୍ରୀମନ୍ଦିର ସୁରକ୍ଷା ନେଇ ପୁଣି ଉଠିଛି ପ୍ରଶ୍ନ । ପୁଣି ଭାଇରଲ ହେବାରେ ଲାଗିଛି ଶ୍ରୀମନ୍ଦିର ଗର୍ଭଗୃହ ଭିତରର ଫୋଟୋ (Jagannathan temple inside photo viral) । ଆକାଶ ଚୌଧୁରୀ ନାମିତ ଏକ ଫେସ୍ବୁକ ଆକାଉଣ୍ଟରେ ଏହି ଫୋଟୋ ସବୁ ପୋଷ୍ଟ କରାଯାଇଛି । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ମନ୍ଦିରର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ - ପୁଣି ଶ୍ରୀମନ୍ଦିର
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା (Jagannathan temple inside photo viral)। ଗର୍ଭଗୃହ ଫଟୋ ଭାଇରାଲ । ଏକ ଫେସବୁକ ଆକାଉଣ୍ଟରେ ହୋଇଛି ପୋଷ୍ଟ । ଭକ୍ତ ମହଲରେ ଅସନ୍ତୋଷ । ଅଧିକ ପଢନ୍ତୁ
ପୁଣି ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ଶ୍ରୀମନ୍ଦିର ଭିତରର ଫଟୋ ପୁର୍ବରୁ ଅନେକ ଥର ଭାଇରଲ ହୋଇଥିବା ସତ୍ତ୍ବ ଚଳିତ ଥରର ଭାଇରାଲ ଘଟଣା ଅତି ସମ୍ବେଦନଶୀଳ । ପୂର୍ବରୁ ଭାଇରଲ ଫୋଟୋଗୁଡିକ ଭିତର ବେଢାର ହୋଇଥିବା ବେଳେ ଆଜି ଭାଇରାଲ ହୋଇଥିବା ଫଟୋଗୁଡିକ ଶ୍ରୀମନ୍ଦିର ଗର୍ଭଗୃହ ଭିତରର । ଏଣୁ ସୁରକ୍ଷା ବ୍ୟବସ୍ଥାରେ ଚରମ ଅବହେଳା ପ୍ରଦର୍ଶନ ହୋଇଥିବା ସ୍ପଷ୍ଟ ଦୃଶ୍ୟମାନ । ସେପଟେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ନୀତିକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, ପୁରୀ
Last Updated : Nov 20, 2022, 10:06 AM IST