ଓଡିଶା

odisha

ETV Bharat / state

ହିମାଚଳରେ ଜଗନ୍ନାଥ ମନ୍ଦିର, ଉନ୍ନତିକରଣ ପାଇଁ ସହଯୋଗ ଲୋଡିଲେ ପ୍ରତିଷ୍ଠାତା - ହିମାଚଳପ୍ରଦେଶରେ ଜଗନ୍ନାଥଙ୍କ ଭବ୍ୟ ମନ୍ଦିର

ହିମାଚଳପ୍ରଦେଶ କାଙ୍ଗ୍ରା ପ୍ରାଗପୁର ଠାରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରର ଉନ୍ନତି କରଣରେ ସହଯୋଗ ହାତ ବଢ଼ାଇବା ନେଇ ଜଗନ୍ନାଥ ପ୍ରେମୀଙ୍କୁ ନିବେଦନ । ଅଧିକ ପଢ଼ନ୍ତୁ

jagannath temple in himachal pradesh
ହିମାଚଳପ୍ରଦେଶରେ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର

By

Published : Jul 12, 2023, 8:10 PM IST

ହିମାଚଳପ୍ରଦେଶରେ ମହାପ୍ରଭୁଙ୍କ ଭବ୍ୟ ମନ୍ଦିର

ପୁରୀ: ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁର ଠାରେ ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଦାୟିତ୍ବ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ମନ୍ଦିର ପ୍ରତିଷ୍ଠାତା । ଜାତୀୟ ସ୍ତରରେ ଏହାକୁ ପ୍ରସିଦ୍ଧି ଲାଭ କରାଇବା ସହ ମନ୍ଦିରର ରକ୍ଷଣାବେକ୍ଷଣ ପାଇଁ ଓଡ଼ିଆ ସମାଜ ଓ ହିମାଚଳପ୍ରଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି । ଭାରତର ପ୍ରଥମ ହେରିଟେଜ୍ ଗାଁ ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁରରେ ଏହି ଭବ୍ୟ ମନ୍ଦିର ଅବସ୍ଥିତ । ଦୀନେଶ କୌର, ଅଜୟ ସିଂହଲା ,ପ୍ରଫେସର ଲକ୍ଷ୍ମୀନିବାସ ପାଣ୍ଡେ ଓ କେନ୍ଦ୍ରୀୟ ସଂସ୍କୃତ ସଂସ୍ଥାନର ପୂର୍ବତନ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମନ୍ଦିର ପାଇଁ ଜମିଦାନ କରି ୨୦୧୭ ମସିହା ଏପ୍ରିଲ ୨୯ ତାରିଖରେ ସେଠାରେ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:Temple at Uttarkashi: ପାହାଡ ଶୀଖରରେ ଗୁପ୍ତ ଶ୍ରୀକ୍ଷେତ୍ର, ନୀଳଚକ୍ର ଉପରେ ଭାସି ବୁଲୁଛନ୍ତି ମେଘମାଳର ସମ୍ଭାର

ପୁରୀରୁ ଦୁଇ ଜଣ ଶିଳ୍ପୀ ଶଶି ସାହୁ ଓ ରାଜେନ୍ଦ୍ର ମିଶ୍ର ଯାଇ ସେଠାରେ ମନ୍ଦିର ନିର୍ମାଣ କରିଛନ୍ତି । ୧୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ଦେଢ଼ ଏକର ଜମି ଉପରେ ପର୍ଯ୍ୟବେସିତ । ଏଠାରେ ଚତୁର୍ଦ୍ଧା ବିଗ୍ରହଙ୍କ ସହଭୂଦେବୀ, ଶ୍ରୀଦେବୀ, ମାଧବ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ଭଳି ପ୍ରାଗପୁର ଜଗନ୍ନାଥ ମନ୍ଦିରରେ ଦୈନଦିନ ପୂଜା, ରୀତିନୀତି କରାଯାଉଛି । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ପୁରୀ ମନ୍ଦିର ଭଳି ସମ୍ପନ୍ନ ହୋଇଛି । ରଥଯାତ୍ରାରେ କିଛି ଓଡ଼ିଶା ଲୋକ ମଧ୍ୟ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଉତ୍ତରକାଶୀ ଜଗନ୍ନାଥ ମନ୍ଦିର ହେବ ପର୍ଯ୍ୟଟନ ସ୍ଥଳୀ, ଉତ୍ତରାଖଣ୍ଡ ସିଏମଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

କୋରୋନା ମହାମାରୀ ପରେ ପ୍ରାଗପୁର ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଆର୍ଥିକ ସମସ୍ୟା ଦେଖାଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ବ୍ୟକ୍ତିଗତ ଉଦ୍ୟମରେ ଏହି ମନ୍ଦିରର ପରିଚାଳନା କରୁଛନ୍ତି । ପ୍ରାଗପୁର ଜଗନ୍ନାଥ ମନ୍ଦିରକୁ ଏକ ବିଶାଳ ଭବ୍ୟ ମନ୍ଦିରରେ ପରିଣତ କରିବା ପାଇଁ ଓଡ଼ିଆ ସମାଜ,ରାଜ୍ୟସରକାର, ହିମାଚଳପ୍ରଦେଶ ସରକାର ଆଗେଇ ଆସି ସହଯୋଗ କରିବାକୁ ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଅନୁରୋଧ କରିଛନ୍ତି । ମନ୍ଦିରର ଉନ୍ନତିକରଣ ପାଇଁ ସହଯୋଗ ମିଳିଲେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର,ପ୍ରସାର ସହ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଅଞ୍ଚଳର ଉନ୍ନତି ହୋଇପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ପୁରୀ

For All Latest Updates

ABOUT THE AUTHOR

...view details