ପୁରୀ: ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ନେଇ ମୁଣ୍ଡ ଟେକିଛି ବିବାଦ । ଶ୍ରୀମନ୍ଦିର କର୍ପସ ପାଣ୍ଠି ଓ ହୁଣ୍ଡିରୁ ଆଦାୟ ହୋଇଥିବା 600 କୋଟି ଟଙ୍କା ଏକ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ ଜମା ରଖାଯିବାକୁ ନେଇ ଦେଖାଦେଇଛି ବିବାଦ । ମହାପ୍ରଭୁଙ୍କ 600 କୋଟି ଟଙ୍କାର ସମ୍ପତ୍ତି ଏକ ଘରୋଇ ବ୍ୟାଙ୍କ ରହିବା ନେଇ ଜମାର ଟଙ୍କାର ନିରାପତ୍ତା ଉପରେ ଏବେ ପ୍ରଶ୍ନ ଉଠିଛି।
ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ନେଇ ବିବାଦ - jagannath carpas fund issue in puri
ଶ୍ରୀମନ୍ଦିର କର୍ପସ ପାଣ୍ଠି ଓ ହୁଣ୍ଡି ଆଦାୟ ହୋଇଥିବା 600 କୋଟି ଟଙ୍କା ଏକ ନିର୍ଦ୍ଦିଷ୍ଟ ଘରୋଇ ବ୍ୟାଙ୍କ ଜମା ରଖାଯିବାକୁ ନେଇ ଦେଖାଦେଇଛି ବିବାଦ । ଏହା ଉପରେ ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଘରୋଇ ବ୍ୟାଙ୍କରେ ବ୍ୟାପକ ବେଆଇନ କାରବାର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏତେ ସମ୍ପତ୍ତି ରାଷ୍ଟ୍ରାୟତ ବ୍ୟାଙ୍କ ପରିବର୍ତ୍ତେ ଏକ ଘରୋଇ ବ୍ୟାଙ୍କରେ ରଖିବା କେତେ ଯୁକ୍ତିଯୁକ୍ତ ବୋଲି ବରିଷ୍ଠ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ଏହା ପଛରେ ବ୍ୟାପକ ଦୁର୍ନୀତିର ଗନ୍ଧ ଥିବା ସେବାୟତ ଅଭିଯୋଗ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନର କିଛି ବରିଷ୍ଠ ଅଧିକାରୀ ଉକ୍ତ ବ୍ୟାଙ୍କ ଫାଇଦା ନେଇ ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତି ଉକ୍ତ ବ୍ୟାଙ୍କରେ ରଖି ସମ୍ପୂର୍ଣ୍ଣ ବିପଦ ମୁହଁକୁ ଠେଲି ଦେଇଥିବା ସେ କହିଛନ୍ତି । ଏହାର ତଦନ୍ତ ସହ ଉକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର। ସେହିପରି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଏଭଳି ଘଟଣାକୁ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ