ଓଡିଶା

odisha

ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ସପ୍ତାହେ ପୂର୍ବରୁ ମନ୍ଦିର କହେ, 'କେବେ ହେବ ବର୍ଷା'

ଜଗନ୍ନାଥ ମନ୍ଦିର ମୌସୁମୀ ପୂର୍ବରୁ ଆପଣଙ୍କୁ ସଠିକ୍‌ ସୂଚନା ଦେଇଥାଏ । ବର୍ଷା ଆସିବାର 7 ଦିନ ପୂର୍ବରୁ ମନ୍ଦିର ଗର୍ଭଗୃହ ଛାତରୁ ଠୋପା ଠୋପା ପାଣି ଝରି ବର୍ଷା ଆସିବାର ସୂଚନା ଦେଇଥାଏ । ଉତ୍ତରପ୍ରଦେଶର କାନପୁରସ୍ଥିତ ବେହଟା ଗ୍ରାମରେ ଏଭଳି ଏକ ଜଗନ୍ନାଥ ମନ୍ଦିର ରହିଛି ।

By

Published : Jun 28, 2019, 10:24 AM IST

Updated : Jun 28, 2019, 11:50 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ଈଶ୍ବରୀୟ ସତ୍ତାରୁ ହିଁ ଅଲୌକିକତା ସୃଷ୍ଟି । ସାମାନ୍ୟ ଖୋଜିବା ଆରମ୍ଭ କଲେ ଅସାମାନ୍ୟ ଦିଗ ଉନ୍ମେଷ ହୁଏ । ମନୁଷ୍ୟ, ମହତର ଉଦ୍ଦେଶ୍ୟରେ ଅନୁସନ୍ଧାନ କଲେ ଭଗବାନଙ୍କ ମହତ୍ତ୍ବର ମହାନତା ବୁଝିପାରିଥାଏ । ରହସ୍ୟମୟ ଦିଗର ସନ୍ଧାନ ପାଇବା ସହ ସ୍ରଷ୍ଟାଙ୍କ ଲୀଳା, ଖେଳା, କଥା, ଗାଥାରେ ସ୍ତମ୍ଭୀଭୂତ ହୋଇଥାଏ ମନୁଷ୍ୟ । ସେହିପରି ପୁରୁଷୋତ୍ତମ କ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ଧାମରେ ଅନେକ ଅଲୈାକିକ ଓ ଅଦ୍ଭୁତ ଲୋକକଥା ରହିଛି । ହେଲେ ଆମେ ଓଡିଶା ବାହାରେ ଏପରି ଏକ ଜଗନ୍ନାଥ ମନ୍ଦିର କଥା କହିବାକୁ ଯାଉଛୁ, ଯାହା ଶୁଣିଲେ ଅଲୌକିକ ଓ ଅଦୃଶ୍ୟ ଶକ୍ତି ଉପରେ ଆପଣଙ୍କ ବିଶ୍ବାସକୁ ଆହୁରି ଦୃଢୀଭୂତ କରିବ । ଏହି ଜଗନ୍ନାଥ ମନ୍ଦିର ମୈାସୁମୀ ପୂର୍ବରୁ ଆପଣଙ୍କୁ ସଠିକ୍‌ ସୂଚନା ଦେଇଥାଏ । ବର୍ଷା ଆସିବାର 7 ଦିନ ପୂର୍ବରୁ ମନ୍ଦିର ଗର୍ଭଗୃହ ଛାତରୁ ଠୋପାଠୋପା ପାଣି ଝରି ବର୍ଷା ଆସିବାର ସୂଚନା ଦେଇଥାଏ ।

ସୂଚନା ଅନୁସାରେ ଉତ୍ତରପ୍ରଦେଶର କାନପୁରସ୍ଥିତ ବେହଟା ଗ୍ରାମରେ ଏଭଳି ଏକ ଜଗନ୍ନାଥ ମନ୍ଦିର ରହିଛି । ଯେଉଁଠି ଖରା ଦିନେ ମନ୍ଦିର ଛାତରୁ ପାଣି ଝରି ନଥାଏ ମାତ୍ର ବର୍ଷା ହେବାର ସୂଚନା ଦେବା ପାଇଁ ଛାତରୁ ପାଣି ଝରିବା ଆରମ୍ଭ ହୋଇଥାଏ । ସେହିଭଳି ବର୍ଷା ଆରମ୍ଭ ହେବା ମାତ୍ରେ ପାଣି ଝରିବା ଏକଦମ୍‌ ବନ୍ଦ ହୋଇଯାଇଥାଏ । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମରେ ବହୁ ପୁରାତନ ମନ୍ଦିର । ଏହି ରହସ୍ୟ ଏବେ ବି ରହସ୍ୟ ହୋଇ ରହିଛି । ଅନେକ ଥର ବୈଜ୍ଞାନିକ ତଥା ପ୍ରତ୍ନତାତ୍ତ୍ବିକ ବିଭାଗ ଏହାର କାରଣ ଖୋଜିବା ପାଇଁ ପ୍ରସାୟ କରି ବିଫଳ ରହିଛନ୍ତି ।

ଏହି ମନ୍ଦିରରେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ପ୍ରତିମା ପୂଜିତ ହେଉଛନ୍ତି । ଏହାସହ ସ୍ବାମୀ ପଦ୍ମନାଭ ଭଗବାନଙ୍କ ମୂର୍ତ୍ତି ମନ୍ଦିରରେ ପୂଜା ପାଉଛନ୍ତି । ପୁରୀ ରଥଯାତ୍ରା ପରି ଏଠାରେ ସମସ୍ତ ରୀତିନୀତି ଅନୁସାରେ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । ବର୍ତ୍ତମାନ ମନ୍ଦିର ପ୍ରତ୍ନତତ୍ତ୍ବ ବିଭାଗ ଅଧିନରେ ରହିଛି ।

ଏହି ମନ୍ଦିରର ମହିମାକୁ ନେଇ ଜନଶ୍ରୁତି ଅନୁସାରେ ଗର୍ଭଗୃହ ଛାତରେ ଲାଗିଥିବା ମନସୁନୀ ପଥରରୁ ନେଇ ସ୍ଥାନୀୟ ଯେଉଁ ଆକାରର ପାଣି ବୁନ୍ଦା ପଡିଥାଏ । ଠିକ୍ ସେହି ଆଧାରରେ ବର୍ଷା ହୁଏ । ଏହି ମନ୍ଦିରର ଆଖପାଖରେ କୃଷକ ତାଙ୍କ କ୍ଷେତରେ ଫସଲ ବର୍ଷା ହିସାବରେ ହିଁ ବୁଣିଥାନ୍ତି । ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ପଥର ଶୁଖି ଯାଇଥାଏ ।

ମନ୍ଦିର ପୂଜାରୀ ଦିନେଶ ଶୁକ୍ଲାଙ୍କ ସୂଚନା ଅନୁସାରେ ମନ୍ଦିରର ଏହି ରହସ୍ୟକୁ ନେଇ ବୈଜ୍ଞାନିକ ଓ ପ୍ରତ୍ନତତ୍ତ୍ୱବିତ୍‌ ମାନେ କୌଣସି ଅନୁମାନ ଲଗାଇ ପାରି ନାହାନ୍ତି । ଏହାସହ ମନ୍ଦିର ବାସ୍ତବିକ ନିର୍ମାଣ ସମ୍ବନ୍ଧରେ କୌଣସି ସୂଚନା ମଧ୍ୟ ମିଳି ନାହିଁ ।

ଜଗନ୍ନାଥଙ୍କ ଏହି ମନ୍ଦିର ବୌଦ୍ଧ ମନ୍ଦିର ଭଳି ପ୍ରତୀୟମାନ ହେଉଛି । ସ୍ଥାନୀୟ ଲୋକେ ମନ୍ଦିର ବାହାରେ ମୟୂର ଓ ଚକ୍ର ଚିହ୍ନକୁ ଦେଖି ସମ୍ରାଟ ହର୍ଷବର୍ଦ୍ଧନ ଏହାକୁ ନିର୍ମାଣ କରିଥିବା ଅନୁମାନ କରୁଛନ୍ତି ।


ବ୍ୟୁରେ ଇନପୁଟ୍‌, ଇଟିଭି୍ ଭାରତ

Last Updated : Jun 28, 2019, 11:50 AM IST

ABOUT THE AUTHOR

...view details