ଓଡିଶା

odisha

By

Published : Jan 30, 2023, 1:18 PM IST

ETV Bharat / state

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା, ସିବିଆଇ ତଦନ୍ତ ଦାବି କରିଲା ଜଗନ୍ନାଥ ସେନା

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏଏସଆଇ ଗୁଳିକରି ହତ୍ୟା କରିବା ଘଟଣାରେ ସିବିଆଇ ତଦନ୍ତ କରିଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ

ଜଗନ୍ନାଥ ସେନା
ଜଗନ୍ନାଥ ସେନା

ଜଗନ୍ନାଥ ସେନା

ପୁରୀ:ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରିବା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଘଟଣା ପରେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ସଙ୍ଗଠନ, ନେତା ଓ ବୁଦ୍ଧିଜୀବୀ । ତେବେ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବାରୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛି ଜଗନ୍ନାଥ ସେନା ।

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ସିବିଆଇ ତଦନ୍ତ କରିବାକୁ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି । ଜଗନ୍ନାଥ ସେନାର ଅଭିଯୋଗ ଅନୁସାରେ, "ଜଣେ ପୋଲିସ ଅଫିସର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାରୁ ଓଡ଼ିଶା ପୋଲିସ ଦ୍ୱାରା ଏହାର ନିରପେକ୍ଷ ତଦନ୍ତ ହୋଇ ପାରିବ ନାହିଁ । ହତ୍ୟାକାଣ୍ଡ ଘଟଣା ପରେ ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସକୁ ମାନସିକ ରୋଗୀ କହିବା ଘଟଣାରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋପାଳଙ୍କୁ ଛୁଟି ଦିଆଯାଉନଥିବା ଏବଂ ସେ ମାନସିକ ରୋଗୀ ଏସବୁ ଏକ ବାହାନ ମାତ୍ର ।"

ଏହା ମଧ୍ୟ ପଢନ୍ତୁ: ଜନ୍ମମାଟିରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର

ଜଗନ୍ନାଥ ସେନାର ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, "ଯଦି ଅଭିଯୁକ୍ତ ଗୋପାଳ କୃଷ୍ଣ ମାନସିକ ରୋଗୀ ଥିଲେ ତ ଏହି ଘଟଣା ପୂର୍ବରୁ ତ ସେ କାହାକୁ ଆକ୍ରମଣ କରିବାର ଅଭିଯୋଗ ହୋଇ ନାହିଁ ? ଅନ୍ୟପଟେ ପୋଲିସ୍ ଅଫିସରକୁ ଛୁଟି ଦେବା କେବଳ ଏସପିଙ୍କ ହାତରେ ରହିଛି । ଛୁଟିରେ ମନ୍ତ୍ରୀଙ୍କର କୌଣସି ଭୂମିକା ନାହିଁ । ଏଣୁ ମନ୍ତ୍ରୀଙ୍କୁ ହତ୍ୟା ପଛରେ ବଡ ଷଡ଼ଯନ୍ତ୍ର ରହିଛି । ଯେହେତୁ ପୋଲିସ୍ ଗୋପାଳ କୃଷ୍ଣ ବନ୍ଧୁକ ଚାଳନାରେ ବେଶ୍ ପାରଙ୍ଗମ, କେଉଁ ସଠିକ୍ ଜାଗାରେ ଗୁଳି କଲେ ଜଣେ ଲୋକର ମୃତ୍ୟୁ ହେବ ସେ ନେଇ ତାଙ୍କର ପ୍ରଗାଢ ଜ୍ଞାନ ମଧ୍ୟ ରହିଥିଲା । ତେଣୁ ତାଙ୍କୁ ହତ୍ୟା କରିବା କାର୍ଯ୍ୟରେ ନିୟୋଜିତ କରାଯାଇଥିବା ନେଇ ଆମର ସନ୍ଦେହ ହେଉଛି । ଏହା ପଛରେ ବଡ ନେତା, ପୋଲିସ୍ ଅଫିସରଙ୍କ ଭୂମିକା ଥାଇପାରେ । ତେବେ ଓଡ଼ିଶା ପୋଲିସ ନିଜ ବିଭାଗର ଜଣେ କର୍ମଚାରୀ ବିରୋଧରେ ନିରପେକ୍ଷ ତଦନ୍ତ କରିବ ନାହିଁ । ତେଣୁ ତୁରନ୍ତ ସିବିଆଇ ତଦନ୍ତ କରାଯାଉ ।"

ଏହା ମଧ୍ୟ ପଢନ୍ତୁ: ନବ ଦାସଙ୍କ ନିଧନ, ବାସଭବନରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ-ରାଜ୍ୟପାଳ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details