ଓଡିଶା

odisha

ETV Bharat / state

ଆଜି ପାଇଁ ଶେଷ ରଥ ଟଣା, କାଲି 9ଟାରୁ ପୁଣି ଆରମ୍ଭ

Rath Yatra 2023
Rath Yatra 2023

By

Published : Jun 20, 2023, 8:00 AM IST

Updated : Jun 20, 2023, 8:58 PM IST

20:48 June 20

ଆଜି ପାଇଁ ଶେଷ ରଥ ଟଣା, କାଲି 9ଟାରୁ ପୁଣି ଆରମ୍ଭ

ଆଜି ପାଇଁ ଶେଷ ହୋଇଛି ରଥ ଟଣା । ଶ୍ରୀଗୁଣ୍ଡିଚା ମନ୍ଦିରରେ ବଳଭଦ୍ରଙ୍କ ତାଳଧ୍ବଜ ରଥ ପହଞ୍ଚିସାରି ଥିବା ବେଳେ ବଡ଼ଶଙ୍ଖ ନିକଟରେ ଅଟକିଛି ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ । ସେପଟେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଠିଠାରେ ଅଟକି ରହିଥିବା ସୂଚନା । ଆସନ୍ତାକାଲି ସକାଳ 9ଟାରୁ ପୁଣି ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

20:30 June 20

ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିଲା ତାଳଧ୍ବଜ, ଅଧା ବାଟରେ ଦର୍ପଦଳନ ଓ ନନ୍ଦିଘୋଷ

ପୁରୀ ଶରଧା ବାଲିରେ ଲାଗିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ଶ୍ରୀଗୁଣ୍ଡିଚାଠାରୁ ଅଳ୍ପ ଦୂରରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ରହିଥିବା ବେଳେ ଅଧା ବାଟରେ ରହିଛି କାଳିଆ ସାଆନ୍ତେଙ୍କ ନନ୍ଦିଘୋଷ ରଥ ।

19:54 June 20

ରଥ ଟଣା ବେଳେ ଅଘଟଣ, ତାଳଧ୍ବଜ ପରେ ନନ୍ଦିଘୋଷ ରଥ ନିକଟରେ ଦଳାଚକଟା

ରଥ ଟଣା ବେଳେ ଉପୁଜିଛି ଠେଲାପେଲା ପରିସ୍ଥିତି । ଅପରାହ୍ନରେ ମରିଚିକୋଟ ଛକ ନିକଟରେ ପ୍ରଥମେ ଦଳାଚକଟା ପରେ ଏବେ ନନ୍ଦିଘୋଷ ନିକଟରେ ଦଳାଚକଟାରେ ଅନେକ ଆହତ ହୋଇଛନ୍ତି । ସେପଟେ ତାଳଧ୍ବଜ ନିକଟରେ ପୁଣି ଦଳାଚକଟା ନେଇ ସୂଚନା ମିଳିଛି ।

18:24 June 20

ଶ୍ରୀଗୁଣ୍ଡିଚା ମନ୍ଦିରର ନିକଟବର୍ତ୍ତୀ ତାଳଧ୍ବଜ, ଦର୍ପଦଳନ

ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଓ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପଛେ ପଛେ ଆଗେଇ ଚାଲିଛି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ।

16:58 June 20

ଗଡ଼ିଲା ନନ୍ଦିଘୋଷ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ଶ୍ରୀକ୍ଷେତ୍ର

ଗଡ଼ିଲା ନନ୍ଦିଘୋଷ

ଭକ୍ତଙ୍କ ବହୁ ଅପେକ୍ଷା ପରେ ଶେଷରେ ଗଡ଼ିଲା ନନ୍ଦିଘୋଷ ରଥ । ଭକ୍ତଙ୍କ ଭାବରେ ଉତ୍ସାହିତ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥାରୁଢ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ରଥ ଗଡ଼ିବା ସାଙ୍ଗକୁ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହୋଇ ଉଠିଛି ଶ୍ରୀକ୍ଷେତ୍ର ।

16:49 June 20

ଜାରି ରହିଛି ରଥଟଣା, ବଡ଼ଦାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଜଗନ୍ନାଥ ଧାମରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥ ଟଣା ଜାରି ରହିଛି । ଏହାରି ମଧ୍ୟରେ ପୁରୀ ବଡ଼ ଦାଣ୍ଡରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

15:57 June 20

ବଡ଼ ଭାଇ ପଛେ ପଛେ ଭଗବତୀ ଶୁଭଦ୍ରା, ଗଡ଼ିଲା ଦେବଦଳନ ରଥ

ଗଡ଼ିଲା ଦେବଦଳନ ରଥ

ବଡ଼ଦାଣ୍ଡରେ ଗଡ଼ିଲା ଦେବଦଳନ ରଥ । ବଡ଼ ଠାକୁର ବଳଭଦ୍ରଙ୍କ ପଛେ ପଛେ ରହିଛନ୍ତି ରୂପବତୀ, ପ୍ରକୃତି ରାଣୀ, ଭଗବତୀ ଦେବୀ ଶୁଭଦ୍ରା ।

14:57 June 20

ବଡ଼ଦାଣ୍ଡରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ

ବଡ଼ଦାଣ୍ଡରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ

ଗଜପତି ଦିବ୍ୟସିଂହ ଦେବଙ୍କ ଛେରା ପହଁରା ନୀତି ଶେଷ ହେବା ପରେ ଗଡ଼ିଲା ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ରଥ ।

14:02 June 20

ତାଳଧ୍ବଜ ରଥରେ ଛେରାପହଁରା କରୁଛନ୍ତି ଗଜପତି

ଆରମ୍ଭ ହେଲା ଛେରାପହଁରା ନୀତି। ବଳଭଦ୍ରଙ୍କ ତାଳଧ୍ବଜ ରଥରେ ଛେରାପହଁରା କରୁଛନ୍ତି ଗଜପତି।

13:45 June 20

ଛେରା ପହଁରା ପାଇଁ ବଡଦାଣ୍ଡରେ ପହଞ୍ଚିଲେ ଗଜପତି

ଆଉ କିଛି ସମୟ ପରେ ତିନି ରଥରେ ହେବ ଛେରା ପହଁରା। ରଥାରୁଢ ଶ୍ରୀଜିଉଙ୍କ ରଥରେ ଛେରା ପହଁରା ପାଇଁ ଗଜପତି ଦିବ୍ୟ ସିଂ ଦେବ ବଦଦାଣ୍ଡରେ ପହଞ୍ଚିଛନ୍ତି।

13:20 June 20

ରଥ ପରିକ୍ରମା କରୁଛନ୍ତି ଜଗତ ଗୁରୁ ଶଙ୍କରାଚାର୍ଯ୍ୟ

ରଥାରୁଢ ତିନି ଠାକୁର । ବଡଦାଣ୍ଡରେ ପହଞ୍ଚିଲେ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଗୋବର୍ଦ୍ଧନ ମଠର ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ବର୍ତ୍ତମାନ ରଥ ପରିକ୍ରମା କରୁଛନ୍ତି

12:10 June 20

ଧାଡି ପହଣ୍ଡିରେ ଆସି ରଥାରୂଢ ହେଲେ ତିନି ଠାକୁର

ଶେଷ ହେଲା ପହଣ୍ଡି ବିଜେ। ଧାଡି ପହଣ୍ଡିରେ ଆସି ରଥାରୂଢ ହେଲେ ତିନି ଠାକୁର। ରଥରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।

10:46 June 20

ପହଣ୍ଡି ବିଜେ କରୁଛନ୍ତି ଜଗନ୍ନାଥ

ପହଣ୍ଡି ବିଜେ କରୁଛନ୍ତି ଜଗନ୍ନାଥ

ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପରେ ଆରମ୍ଭ ହେଲା ଜଗନ୍ନାଥଙ୍କ ପହଣ୍ଡି ବିଜେ। ଶ୍ରୀମସ୍ତକରେ ଟାହିଆ ସୁଶୋଭିତ, ଘଣ୍ଟ, କାହାଳି ତାଳେ ତାଳେ ଝୁଲି ଝୁଲି ଆସୁଛି କାଳିଆ।

10:36 June 20

ରଥାରୁଢ ହେଲେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା

ରଥାରୁଢ ହେଲେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା

ରଥାରୁଢ ହେଲେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ପ୍ରଥମେ ପହଣ୍ଡି ବିଜେ କରିଥିଲେ ଚକ୍ରରାଜ ସୁଦର୍ଶନ । ଶେଷରେ କାଳିଆ ଠାକୁରଙ୍କ ଆରମ୍ଭ ହେବ ପହଣ୍ଡି ବିଜେ ।

09:19 June 20

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ଶ୍ରୀସୁଦର୍ଶନ ରଥାରୁଢ ହେବା ପରେ ବଡଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି । ହଲି ହଲି ଆସୁଛନ୍ତି ବଳଦେବ । ଘଣ୍ଟଘଣ୍ଟା ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ । ପୂର୍ବରୁ ରଥାରୂଢ ହୋଇସାରିଛନ୍ତି ପ୍ରଭୁ ସୁଦର୍ଶନ ।

09:19 June 20

ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ

ଘଣ୍ଟଘଣ୍ଟା ସଙ୍ଖନାଦରେ ଆରମ୍ଭ ହେଲା ପହଣ୍ଡି ବିଜେ। ପ୍ରଥମେ ପହଣ୍ଡି ଶ୍ରୀସୁଦର୍ଶନଙ୍କ ପହଣ୍ଡି ବିଜେ ଆରମ୍ଭ।

08:14 June 20

ଶ୍ରୀଜିଉଙ୍କ ନିକଟରେ ଲାଗି ହେଲା ଖେଚୁଡି ଭୋଗ

ଶ୍ରୀଜିଉଙ୍କ ନିକଟରେ ଲାଗି ହେଲା ଖେଚୁଡି ଭୋଗ । ୯ଟାରେ ହେବ ରଥ ପ୍ରତିଷ୍ଠା।

07:20 June 20

Rath Yatra 2023: ନୀଳକନ୍ଦରରୁ ବଡଦାଣ୍ଡକୁ ଆସିବେ ଶ୍ରୀଜିଉ

ପୁରୀ: ଆଜି ଜଗତରନାଥ ଜଗନ୍ନାଥଙ୍କ ରଥଯାତ୍ରା। ପୁରା ବିଶ୍ବ ଦେଖିବା କାଳିଆର ଘୋଷ ଯାତ୍ରା । ଏଥି ପାଇଁ ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ । ନୀଳକନ୍ଦରରୁ ବଡଦାଣ୍ଡକୁ ଓହ୍ଳାଇ ଆସିବେ ଶ୍ରୀବିଗ୍ରହ । ରଥାରୁଢ ହେବା ପରେ ମାଉଁସି ଘର ଅଭିମୁଖେ ବାହାରିବେ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । କାଳିଆର ସେହି ଟିକକ ଝଲକକୁ ଦେଖିବାକୁ ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼ । ସକାଳ 9ଟାରୁ ଆରମ୍ଭ ହେବ ପହଣ୍ଡି । ଅପରାହ୍ନ 4ଟାରେ ରଥଟଣା ଆରମ୍ଭ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି । ସକାଳ 6ଟାରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହୋଇଥିବା ବେଳେ 8 ସମୟରେ ଶ୍ରୀଜିଉଙ୍କ ନିକଟରେ ଲାଗି ହେବ ଖେଚୁଡି ଭୋଗ ।

Last Updated : Jun 20, 2023, 8:58 PM IST

ABOUT THE AUTHOR

...view details