ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ହୋଇପାରୁନି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ସଭିଏଁ ଭୋଗୁଛନ୍ତି ଦୁର୍ଦ୍ଦଶା

ଛୋଟ ପିଲା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ମହିଳା ସବୁ ବର୍ଗର ଭକ୍ତ ଜଗା ଦର୍ଶନ ପାଇଁ ସଂଘର୍ଷ କରୁଛନ୍ତି । ମହାବାହୁଙ୍କ ଟିକିଏ ଆଶିଷ ପାଇବାକୁ ଆଶା ବାନ୍ଧି କାହିଁ କେଉଁ ଦୂରରୁ ଭକ୍ତ ଜନ ଛୁଟି ଆସୁଛନ୍ତି । ହେଲେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ନା ଜିଲା ପ୍ରଶାସନ ନା ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ଦେଖାଉଛି । ବୋଧହୁଏ କାର୍ତ୍ତିକ ମାସ ତ ଭିଡ ହେଉଛି ଭାବି ପ୍ରଶାସନ ଆଖି ବନ୍ଦ କରିଦେଇଛି । ଭକ୍ତଙ୍କ ପ୍ରତି ଏଭଳି ଅବହେଳାକୁ ଭକ୍ତ ଓ ଜଗନ୍ନାଥ ପ୍ରେମୀ କଡା ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Nov 20, 2023, 9:41 PM IST

ଶ୍ରୀମନ୍ଦିରରେ ହୋଇ ପାରୁନି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ସଭିଏଁ ଭୋଗୁଛନ୍ତି ଦୁର୍ଦ୍ଦଶା
ଶ୍ରୀମନ୍ଦିରରେ ହୋଇ ପାରୁନି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ସଭିଏଁ ଭୋଗୁଛନ୍ତି ଦୁର୍ଦ୍ଦଶା

ଶ୍ରୀମନ୍ଦିରରେ ହୋଇ ପାରୁନି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ସଭିଏଁ ଭୋଗୁଛନ୍ତି ଦୁର୍ଦ୍ଦଶା

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାରେ ପୁରୀ ଜିଲ୍ଲା ପ୍ରଶାସନର ଆନ୍ତରିକତା ନାହିଁ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଛୋଟ ପିଲା, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ମହିଳା ସବୁ ବର୍ଗର ଭକ୍ତ ଜଗା ଦର୍ଶନ ପାଇଁ ସଂଘର୍ଷ କରୁଛନ୍ତି । ମହାବାହୁଙ୍କ ଟିକିଏ ଆଶିଷ ପାଇବାକୁ ଆଶା ବାନ୍ଧି କାହିଁ କେଉଁ ଦୂରରୁ ଭକ୍ତ ଜନ ଛୁଟି ଆସୁଛନ୍ତି । ହେଲେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ନା ଜିଲା ପ୍ରଶାସନ ନା ଶ୍ରୀମନ୍ଦିର ପ୍ରଶାସନ ଆଗ୍ରହ ଦେଖାଉଛି । ବୋଧହୁଏ କାର୍ତ୍ତିକ ମାସ ତ ଭିଡ ହେଉଛି ଭାବି ପ୍ରଶାସନ ଆଖି ବନ୍ଦ କରିଦେଇଛି । ଭକ୍ତଙ୍କ ପ୍ରତି ଏଭଳି ଅବହେଳାକୁ ଭକ୍ତ ଓ ଜଗନ୍ନାଥ ପ୍ରେମୀ କଡା ସମାଲୋଚନା କରିଛନ୍ତି ।

ଅଧିକ ପଢନ୍ତୁ- ବଡଦାଣ୍ଡରେ କମିବ ଭକ୍ତଙ୍କ ଗହଳି, ଶ୍ରଦ୍ଧାଳୁଙ୍କ ପାଇଁ ହେଉଛି ସ୍ଵତନ୍ତ୍ର ଗ୍ରୀନ କରିଡର

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ଠେଲାପେଲାରେ ପଡି ଆହତ ହେବା ସହ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ସେବାୟତ, ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ ଦାବି କରିଆସୁଥିବା ବେଳେ ପ୍ରଶାସନ କାହିଁକି କର୍ଣ୍ଣପାତ କରୁନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି । ଭକ୍ତ ଦର୍ଶନ ଆଳରେ କଷ୍ଟ ଭୋଗୁଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମୁହିଁ ନ ଖୋଲିବା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି ।

କାର୍ତ୍ତିକ ମାସ ସୋମବାର ଓ ଶ୍ରୀଜିଉଙ୍କ ହରିହର ବେଶ ଅବସରରେ ଆଜି ଭକ୍ତଙ୍କ ପ୍ରବଳ ଆଗମନ ହୋଇଥଲା । ହେଲେ ମହାପ୍ରଭୁଙ୍କ ଧୂପ ନୀତି ବେଳେ ମନ୍ଦିର ଭିତରକୁ ପ୍ରଶାସନ ଭକ୍ତ ମାନଙ୍କୁ ପ୍ରଵେଶ ଅନୁମତି ଦେଇନଥିଲେ । ଫଳରେ ସିଂହଦ୍ଵାରରୁ ଲାଇନ ଏକ କିଲୋମିଟର ଲମ୍ବି ଯାଇଥିଲା । ଘଣ୍ଟା ଘଣ୍ଟା ଧରି ଭକ୍ତ ଲୁହା ବାରିକେଡରେ ଫସି ରହିଥିଲେ । ଛୋଟ ପିଲା, ବୃଦ୍ଧ, ଲୋକ ବେଶ କଷ୍ଟ ପାଇଥିଲେ। ଏମିତିକି ଭକ୍ତ ମାନେ ବ୍ୟାରିକେଡ ଭିତରେ ଫସି ରହିଥିବାରୁ ପାଣି ବୋତଲ ଟିଏ ମଧ୍ୟ କିଣି ପାରିନଥିଲେ । ଏହାର ସୁଯୋଗ ନେଇ କିଛି ଲୋକ 10 ଟଙ୍କା ପାଣି ବୋତଲକୁ 3 ଗୁଣା ଦାମ 30 ଟଙ୍କାରେ ବିକ୍ରି କରିଥିଲେ । ହେଲେ ଉପସ୍ଥିତ ଥିବା ପୋଲିସ ସବୁ ଦେଖୁଥିବା ବେଳେ ସେହି ଅସାଧୁ ଲୋକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଶ୍ରୀମନ୍ଦିରରେ ଆଜି ଯାଏ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ।

ଅଧିକ ପଢନ୍ତୁ- ଜଗା ଦର୍ଶନ ବେଳେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭିତରେ ଭକ୍ତ ବେହୋସ୍

ଫଳରେ ଅନେକ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ନପାରି ମନ ଦୁଃଖରେ ଫେରୁଛନ୍ତି । ଯାହାର ଲୋକ ବଳ ରହିଚି ତାଙ୍କ ସମ୍ପର୍କୀୟ ଦିବ୍ୟାଙ୍ଗଙ୍କୁ ଅତି କଷ୍ଟରେ ଟେକି ଟେକି ବିପଦପୂର୍ଣ୍ଣ ଭାବେ ମନ୍ଦିର ଭିତରକୁ ନେଉଛନ୍ତି । ଏହା ଦ୍ବାରା କିଛି ବି ଅଘଟଣ ଘଟିବାର ଆଶଙ୍କା ରହିଛି । ଜଗନ୍ନାଥ ପ୍ରେମୀ ଚକ୍ରଧର ମହାପାତ୍ର କହିଁଛନ୍ତି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପୁରୀକୁ ହଜାର ହଜାର ଭକ୍ତ ଆସୁଛନ୍ତି । ହେଲେ ଆଜି ଯାଏ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ହୋଇପାରିଲା ନାହିଁ । ଭକ୍ତ ନିରାଶରେ ଫେରୁଛନ୍ତି । ଆନ୍ଧ୍ର ପ୍ରଦେଶରୁ ଆସିଥିବା ଦିବ୍ୟାଙ୍ଗ ମୋହନ ରାଓ କହିଚନ୍ତି ଶ୍ରୀମନ୍ଦିର ହେଉଛି ବିଶ୍ବବିଖ୍ୟାତ ମନ୍ଦିର। ହେଲେ ମୋ ଭଳି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଭଲରେ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ବହୁ କଷ୍ଟରେ ମୋ ସମ୍ପର୍କୀୟ ମତେ ମନ୍ଦିର ଭିତରକୁ ଟେକି ଟେକି ନେଲେ । ଯାହାକି ବେଶ କଷ୍ଟ ଦାୟକ। ଦିବ୍ୟାଙ୍ଗଙ୍କ ପାଇଁ ଭାରତ ବଡ ବଡ ମନ୍ଦିର ଗୁଡ଼ିକରେ ସ୍ଵତନ୍ତ୍ର ବ୍ୟବସ୍ଥା ଥିବା ବେଳେ ଶ୍ରୀମନ୍ଦିରରେ ଏହି ବ୍ୟବସ୍ଥା ନାହିଁ । ଫଳରେ ମହାପ୍ରଭୁଙ୍କୁ ଦିବ୍ୟାଙ୍ଗ ଭକ୍ତ ଟିଏ ଇଛା କଲେବି ତାହା ପୂରଣ ହୋଇ ପାରୁନାହିଁ । ତୁରନ୍ତ ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details