ପୁରୀ: ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଜିଲ୍ଲାର 6ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା । ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ସହିତ ଗରିବ ଓ ବସ୍ତି ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା,ମାଗଣା ଔଷଧ ବାଣ୍ଟିବା,ନିଦାନ,ଜନ୍ମ ନିୟନ୍ତ୍ରଣ , ମାତୃ ଓ ଶିଶୁ ମାନଙ୍କ ଚିକିତ୍ସା, ଟୀକାକରଣ ସୁବିଧା ପାଇଁ ଜିଲ୍ଲାର ଛଅଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଇଏସଓ ମାନ୍ୟତା ପ୍ରଦାନ କରାଯାଇଛି ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାନ୍ୟତା ପାଇଁ ଆବେଦନ କରାଯାଇ ଥିଲା। ଆଇଏସଓ ମାନ୍ୟତା ପାଇଥିବା ଛଅଟି ସ୍ବାସ୍ଥ୍ୟ କେନ୍ଦ୍ର ହେଲା ଦୋଳବେଦୀ କୋଣ ସ୍ବାସ୍ଥ୍ୟ କେନ୍ଦ୍ର , ସ୍ବର୍ଗ ଦ୍ବାର , ଚନ୍ଦନ ହଜୁରୀ ,କମଳା ଦେବୀ ମାତୃ ମଙ୍ଗଳ ସ୍ବାସ୍ଥ୍ୟ କେନ୍ଦ୍ର , ନିମାପଡା ଓ ଚାରୀ ଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ।