ପୁରୀ:ଖାଉଟି ସାମଗ୍ରୀ ବଣ୍ଟନରେ ପ୍ରଶାସନର ମନମୁଖୀ କାର୍ଯ୍ୟ । କୋରୋନା ମହାମାରୀ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଖାଉଟି ସାମଗ୍ରୀରେ ଅନିୟମିତତାକୁ ବିରୋଧ କରିଛି ଭାରତୀୟ ଜନତା ପାର୍ଟି । ଏନେଇ ପୁରୀ ଜିଲ୍ଲା ଗୋପ ବ୍ଲକ ସମ୍ମୁଖରେ ଧାରଣା ଦେଇଛି ବିଜେପି ।
ଦୀର୍ଘ ଚାରିମାସ ହେବ ପୁରୀର ଗୋରଡା ଓ ଡଭାର ପଞ୍ଚାୟତର 650 ଜଣ ହିତାଧିକାରୀ ଖାଉଟି ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି । ଖାଉଟି ସାମଗ୍ରୀ ନ ମିଳିବାରୁ ପଞ୍ଚାୟତ ଲୋକ ବାରମ୍ବାର ଏମଆଇ,ବିଡିଓ ଓ ଜିଲ୍ଲା ପ୍ରଶାସନଙ୍କୁ ଭେଟିବା ପରେ ବି କିଛି ସୁଫଳ ମିଳି ନଥିଲା । ଗାଁର ସ୍ତ୍ରୀ ଲୋକମାନେ ବାରମ୍ବାର ଲିଖିତ ଅଭିଯୋଗ ବି କରିଛନ୍ତି ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।