ଓଡିଶା

odisha

ETV Bharat / state

ପାଖେଇ ଆସୁଛି ଖ୍ରୀଷ୍ଟମାସ: ସଜେଇ ହେଲାଣି ପର୍ଯ୍ୟଟନ ସହର ପୁରୀ, ହୋଟେଲରେ ବ୍ୟାପକ ବ୍ୟବସ୍ଥା

Puri fully ready for Christmas Day 2023: ଖ୍ରୀଷ୍ଟମାସ ପାଇଁ ଚଳଚଞ୍ଚଳ ଐତିହ୍ୟ ପୁରୀ ସହର । ବଡ଼ଦିନକୁ ଆଉ ଦିନ କେଇଟା ଥିବାରୁ ଧୀରେ ଧୀରେ ସହରରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ଼ । ସେପଟେ ହୋଟେଲ ଗୁଡ଼ିକ ଖ୍ରୀଷ୍ଟମାସ ଥିମ୍‌ରେ ସଜା ଗଲାଣି । ଏହି ପର୍ବ ପାଇଁ ପୁରୀ ସହରରେ କଣ କଣ ହୋଇଛି ବ୍ୟବସ୍ଥା ? ଦେଖନ୍ତୁ ଏହି ରିପୋର୍ଟ

Puri fully ready for Christmas Day 2023
Puri fully ready for Christmas Day 2023

By ETV Bharat Odisha Team

Published : Dec 22, 2023, 4:25 PM IST

ପାଖେଇ ଆସୁଛି ଖ୍ରୀଷ୍ଟମାସ

ପୁରୀ: ପାଖେଇ ଆସୁଛି ଖ୍ରୀଷ୍ଟମାସ ବା ବଡ଼ଦିନ । ଏଥିଲାଗି ଚଳଚଞ୍ଚଳ ହେଲାଣି ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ । ଖ୍ରୀଷ୍ଟମାସକୁ ସେଲିବ୍ରେସନ କରିବା ପାଇଁ ପୁରୀରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିବ । ତେବେ ଖ୍ରୀଷ୍ଟମାସ ସେଲିବ୍ରେସନକୁ ସ୍ମରଣୀୟ କରିବା ପାଇଁ ସହରରେ ଥିବା ବିଭିନ୍ନ ହୋଟେଲ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହୋଟେଲ ଗୁଡିକୁ ଆକର୍ଷଣୀୟ ରଙ୍ଗୀନ ଆଲୋକମାଳା ସାଙ୍ଗକୁ ସାନ୍ତାକ୍ଲଜ, ଖ୍ରୀଷ୍ଟମାସ ଟ୍ରିକୁ ଅତି ଆକର୍ଷଣୀୟ ଭାବେ ହୋଟେଲ ଗୁଡ଼ିକରେ ସାଜସଜ୍ଜା କରାଯାଇଛି । ସେହିପରି ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅଧିକ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କହିଛନ୍ତି ପୁରୀ ଏସପି ।

ହୋଟେଲରେ ବ୍ୟାପକ ବ୍ୟବସ୍ଥା:-ବିଶ୍ବ ପର୍ଯ୍ୟଟନ ସ୍ଥଳୀ ପୁରୀରେ ପ୍ରତିବର୍ଷ ଖ୍ରୀଷ୍ଟମାସ ସମୟରେ ଦେଶ ଓ ବିଦେଶରୁ ଲୋକଙ୍କ ସୁଅ ଛୁଟେ । ବର୍ଷର ଶେଷ ସମୟରେ ଦେଶବାସୀ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଆସୁଥିବା ବେଳେ ବିଦେଶୀମାନେ ମଧ୍ୟ ଏଠାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ହୋଟେଲଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଟେଲ ଗୁଡିକୁ ଆକର୍ଷଣୀୟ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି । ସେହିପରି ବିଭିନ୍ନ ନାମିଦାମୀ ହୋଟେଲଗୁଡିକରେ ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ହୋଇଛି । କେବଳ ସେତିକି ନୁହେଁ ଓଡ଼ିଶାର ପାରମ୍ପାରିକ ଖାଦ୍ୟ, ଇଣ୍ଡିଆନ, ଚାଇନିଜ୍‌ ଏବଂ କଣ୍ଟିନେଣ୍ଟାଲ ଫୁଡ୍‌ର ଭଳିକି ଭଳି ଖାଦ୍ୟ ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯିବ ବୋଲି ହୋଟେଲ ମାଲିକମାନେ କହିଛନ୍ତି ।

ଏହା ବି ପଢନ୍ତୁ- Merry Christmas: ବାଲୁକାକଳାରେ ସାନ୍ତାକ୍ଲଜ

ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:-ଖ୍ରୀଷ୍ଟମାସ ଥିବାରୁ ଛୁଟିଦିନରେ ପୁରୀକୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନର ସମ୍ଭାବନା ରହିଛି । ଏଣୁ ଶାନ୍ତିଶୃଙ୍ଖଳାରେ କିଭଳି ପର୍ଯ୍ୟଟକମାନେ ଖ୍ରୀଷ୍ଟମାସ ସେଲିବ୍ରେସନ କରିବେ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଶେଷ କରି ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଅଧିକ ସମାଗମ ହେବା ସମ୍ଭାବନା ଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ସୁପରିଚାଳନା ପାଇଁ ଅଧିକ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି କହିଛନ୍ତି ଏସ୍‌ପି ।

ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, "ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ଅଗ୍ନିଶମ ବାହିନୀର ସମନ୍ଵୟରେ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି । ସେହିପରି ଖ୍ରୀଷ୍ଟମାସ ସେଲିବ୍ରେସନ୍‌ ବେଳେ ହୋଟେଲ ଗୁଡ଼ିକରେ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ସମସ୍ତ ନିୟମ ଅନୁପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।" ଅନୁରୂପ ଭାବେ ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ବଢ଼ିବା ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ, ବଡ଼ଦାଣ୍ଡରେ ଶାନ୍ତିଶୃଙ୍ଖଳା ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ଅଧିକ ପୋଲିସ ଫୋର୍ସଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହେବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ଖ୍ରୀଷ୍ଟମାସକୁ ସେଲିବ୍ରେସନ ଲାଗି ପୁରୀରେ ଥିବା ବିଭିନ୍ନ ହୋଟେଲଗୁଡିକରେ ବ୍ୟାପକ ପ୍ରସ୍ତୁତି କରାଯାଉଥିବା ବେଳେ ଏବେ ଅପେକ୍ଷା ଖ୍ରୀଷ୍ଟମାସ ଡେ'କୁ । ଖ୍ରୀଷ୍ଟମାସ ସେଲିବ୍ରେସନ ପାଇଁ ପୁରୀ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ପର୍ଯ୍ୟଟକଙ୍କ ଆଗମନକୁ ସମସ୍ତଙ୍କ ଅପେକ୍ଷା ରହିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details