ପୁରୀ: ଆସନ୍ତା 22 ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ମୁହାଁମୁହିଁ ହେବେ ଇଣ୍ଡିଆ ଏବଂ ୱେଷ୍ଟଇଣ୍ଡିଜ ଦଳ । ଉଭୟ ଟିମ ଗୁରୁବାର ଭୁବନେଶ୍ବରରେ ଆସି ପହଁଞ୍ଚି ଯାଇଛନ୍ତି । ତେବେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଭୟ ଟିମକୁ ନିଜ ବାଲୁକା କଳା ମାଧ୍ୟମରେ ସ୍ବାଗତ କରିଛନ୍ତି ।
ବାଲୁକାକଳାରେ ଖେଳାଳିଙ୍କୁ ସ୍ବାଗତ ଶୁଭେଚ୍ଛା
ବାଲୁକା କଳା କରି ଭାରତ ଓ ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ସ୍ବାଗତ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ...
ବାଲୁକାକଳାରେ ଖେଳାଳିଙ୍କୁ ସ୍ବାଗତ ଶୁଭେଚ୍ଛା
ଏହି ମ୍ୟାଚ ସିରିଜର ନିର୍ଣ୍ଣାୟକ ମ୍ୟାଚ ହୋଇ ଥିବାରୁ ବେଶ ସଂଘର୍ଷପୂର୍ଣ୍ଣ ହେବ। ଓଡିଶାରେ ଦୁଇ ଟିମ ପହଁଚି ସାରିଛନ୍ତି। ପୁରୀ ବେଳାଭୂମିରେ ‘ୱେଲକମ ଟୁ ଓଡିଶା’ ଲେଖି ଖୁବ ସୁନ୍ଦର ବାଲୁକା କଳା କରିଛନ୍ତି ସୁଦର୍ଶନ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ