ପୁରୀ:ପଖାଳ....ପ୍ରତି ଓଡ଼ିଆଙ୍କ ପ୍ରାଣ, ପରିଚୟ ଓ ଖୁସିର କାରଣ । ଯେତେ ଯାହା ହେଲେ ବି ପଖାଳ ଦିଟା ଖାଇଦେଲେ ପ୍ରତି ଓଡ଼ିଆଙ୍କ ମନକୁ ଶାନ୍ତି ଓ ତୃପ୍ତି ମିଳେ । ପଖାଳ ହେଉଛି ପାଣିରେ ମିଶାଯାଉଥିବା ଏକପ୍ରକାର ଖାଦ୍ୟ । ସେ ଭେଜ୍ ହେଉ କି ନନ୍ ଭେଜ୍, ପଖାଳ ସହିତ ସବୁ ଚଳିଯାଏ । ଓଡ଼ିଆଙ୍କ ସବୁଠୁ ପ୍ରିୟ ଏହି ପଖାଳ ପାଇଁ କାଲି ଦିନ ଟିଏ । ଆସନ୍ତାକାଲି ବିଶ୍ବବ୍ୟାପୀ ପାଳିତ ହେବ ପଖାଳ ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରତିବର୍ଷ ମାର୍ଚ୍ଚ 20 ତାରିଖକୁ ବିଶ୍ବ ପଖାଳ ଦିବସ ଭାବେ ପାଳନ କରାଯାଏ । ଓଡି଼ଆଟିଏ ଯେଉଁଠି ଥାଉ ନା କାହିଁକି ଏହି ଦିନଟିକୁ ସେ ବେଶ ଖୁସିର ସହିତ ପାଳନ କରେ । ଓଡ଼ିଆଙ୍କ ପାଇଁ ପ୍ରତିଟି ଦିନ ପଖାଳ ଦିବସ ହୋଇଥିବା ବେଳେ ଏହି ଦିନଟି କିନ୍ତୁ ଟିକେ ନିଆରା । ଓଡ଼ିଆଙ୍କ ଏହି ପ୍ରାଣ ଖାଦ୍ୟର ମହତ୍ବକୁ ବୁଝି ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମସ୍ତଙ୍କୁ ନିଜ କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ପୁରୀ ନିଳାଦ୍ରୀ ବିଚ୍ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା କରି ବିଶ୍ଵ ପଖାଳ ଦିବସର ଶୁଭେଛା ଦେଇଛନ୍ତି ।
ଏହା ବି ପଢନ୍ତୁ-Pakhala Dibasa: ପଖାଳ ଦିବସର ଇତିହାସ ଓ ବିଶେଷତ୍ୱ, ଅମରେଶ ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର