ଓଡିଶା

odisha

By

Published : Apr 5, 2020, 11:35 AM IST

ETV Bharat / state

ସ୍ୟାଣ୍ଡଆର୍ଟ ଇନଷ୍ଟଲେସନ ଜରିଆରେ ମୋଦିଙ୍କ ବାର୍ତ୍ତା ଦେଲେ ସୁଦର୍ଶନ

ଆଜି ରାତି 9 ଟାରେ 9 ମିନିଟ ପାଇଁ ସମସ୍ତେ ଘର ଲାଇଟ ସମ୍ପୂର୍ଣ୍ଣ ବନ୍ଦ କରି ଘରର ଛାତ ତଥା ବାଲକୋନି ଉପରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ, ମୋବାଇଲ ଫ୍ଲାସ ଲାଇଟ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ତେବେ ଏହି ଆହ୍ବାନକୁ ନିଜ ସ୍ୟାଣ୍ଡ ଆର୍ଟ ଇନଷ୍ଟଲେସନରେ ସ୍ଥାନ ଦେଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

sand-art-installation
ସ୍ୟାଣ୍ଡ ଆର୍ଟ ଇନ୍ସଟାଲେସନ ମୋଦିଙ୍କ ବାର୍ତ୍ତା ଦେଲେ ସୁଦର୍ଶନ

ପୁରୀ: ଆଜି ରାତି 9 ଟାରେ 9 ମିନିଟ ପାଇଁ ସମସ୍ତେ ଘରର ଲାଇଟ ସମ୍ପୂର୍ଣ୍ଣ ବନ୍ଦ କରି ଘରର ଛାତ ତଥା ବାଲକୋନୀ ଉପରେ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ, ମୋବାଇଲ ଫ୍ଲାସ ଲାଇଟ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଉଦ୍ଦେଶ୍ୟ ରହିଛି, କୋରୋନା ବିରୋଧରେ ଲଢେଇ ପାଇଁ ସାରା ଭାରତବାସୀ ଏକଜୁଟ ଅଛନ୍ତି ।

ସ୍ୟାଣ୍ଡ ଆର୍ଟ ଇନ୍ସଟାଲେସନ ମୋଦିଙ୍କ ବାର୍ତ୍ତା ଦେଲେ ସୁଦର୍ଶନ

ଏହି ଅବସରରେ, ଏହି ନିଆରା କାର୍ଯ୍ୟକ୍ରମକୁ ସମର୍ଥନ କରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ସ୍ୟାଣ୍ଡ ଆର୍ଟ ଆନିମେସନ କରିଛନ୍ତି । ଯେଉଁଥିରେ କି ଭାରତବାସୀ କିଭଳି ଦୀପ, ମହମବତୀ, ଟର୍ଚ୍ଚଲାଇଟ ଓ ମୋବାଇଲ ଫ୍ଲାସ ଲାଇଟ ଲଗାଇ ଏହି କାର୍ଯ୍ୟକ୍ରମର ସମର୍ଥନ କରୁଛନ୍ତି ତାହା ଦର୍ଶାଇଛନ୍ତି ।

ଏହି ସ୍ୟାଣ୍ଡ ଆନିମେସନରେ ସତସତିକା ଦୀପ ଓ ମହମବତୀ ଲଗାଯାଇ ଆକର୍ଷଣୀୟ କରଯାଇଛି । ଯାହାକୁ ସ୍ୟାଣ୍ଡ ଆର୍ଟ ଇନଷ୍ଟଲେସନ କୁହାଯାଏ । ସେହିପରି ସୁନ୍ଦର ସ୍ୟାଣ୍ଡ ଆର୍ଟ ଆନିମେସନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସ୍ଥାନ ପାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details