ଓଡିଶା

odisha

ETV Bharat / state

ଉଦଯାପିତ ହେଲା କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ - Sand Art Festival

5 ଦିନ ଧରି ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକାଚିତ୍ର କଳା ଉତ୍ସଵ ଉଦଯାପିତ ହୋଇଛି । କୋଭିଡ କଟକଣା ମଧ୍ୟରେ ଏଥର ଉତ୍ସବ ପାଳିତ ହୋଇଥିଲା ବେଳେ ବିଦେଶୀ ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇ ପାରି ନଥିଲେ । ଅଧିକ ପଢନ୍ତୁ..

ଉଦଯାପିତ ହେଲା ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ
ଉଦଯାପିତ ହେଲା ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ

By

Published : Dec 5, 2020, 9:59 PM IST

ପୁରୀ: ଡିସେମ୍ବର 1 ରୁ କୋଣାର୍କ ଚନ୍ଦ୍ରଭାଗାରେ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବାଲୁକାଚିତ୍ର କଳା ଉତ୍ସଵ ଉଦଯାପିତ ହୋଇଛି। 5 ଦିନ ଧରି ଅନୁଷ୍ଠିତ ଏହି ନିଆରା ଉତ୍ସବର ବେଶ ମଜା ନେଇଛନ୍ତି ଦର୍ଶକ।

ଉଦଯାପିତ ହେଲା ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ

ଚଳିତ ବର୍ଷ ମୋଟ 25 ଟି ବାଲୁକାଚିତ୍ର କଳା ଷ୍ଟଲ ହୋଇ ଥିବା ବେଳେ ସାରା ଦେଶ ରୁ 70 ଜଣ ବାଲୁକାଚିତ୍ର ଶିଳ୍ପୀ ଭାଗ ନେଇ ଥିଲେ। ତେବେ କୋଭିଡ ପରିସ୍ଥିତି ଯୋଗୁ ଚଳିତ ବର୍ଷ ବାଲୁକାଚିତ୍ର କଳା ଉତ୍ସବ ରେ ବିଦେଶୀ ଚିତ୍ରଶିଳ୍ପୀ ଭାଗ ନେଇ ପାରି ନଥିଲେ। ଯାହାକି ଦର୍ଶକଙ୍କୁ ନିରାଶ କରିଛି।

ଦେଶ ବିଦେଶ ରୁ ଅନେକ ବାଲୁକାଚିତ୍ର ଶିଳ୍ପୀଙ୍କ କଳା ଦେଖି ବେଶ ଖୁସି ହୋଇଥାନ୍ତି ଦର୍ଶକ। ତେବେ ଚଳିତ ବର୍ଷ କୋଭିଡ ପରିସ୍ଥିତି ରେ ରାଜ୍ୟ ସରକାର ଏହି ନିଆରା କାର୍ଯ୍ୟକ୍ରମ ବନ୍ଦ ନ କରି ଆୟୋଜନ କରିଥିବା ହେତୁ ଉଭୟ ଦର୍ଶକ ଓ ବାଲୁକାଚିତ୍ର ଶିଳ୍ପୀ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଦେଇଛନ୍ତି। ଶେଷ ଦିନରେ ‘ଓଡିଶୀ’ ଥିମ ରହିଥିଲା। 5 ଦିନ ଧରି ଚାଲିଥିବା ଏହି ବାଲୁକାଚିତ୍ର କଳା ଉତ୍ସବରେ ବିଭିନ୍ନ କଳାକୃତି ସମେତ କୋଭିଡ ସଚେତନ ବାର୍ତ୍ତା ମଧ୍ୟ ରହିଥିଲା।

ଓଡିଶାର କଳା ସଂସ୍କୃତି ଏହି ବାଲୁକାଚିତ୍ର କଳା ଉତ୍ସବ ମାଧ୍ୟମରେ ପାର୍ଯ୍ୟଟକଙ୍କ ନିକଟରେ ପହଁଞ୍ଚିବା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବାଲୁକାଚିତ୍ର ଶିଳ୍ପୀ କହିଛନ୍ତି। ଅନ୍ୟପଟେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ଦର୍ଶକ ଙ୍କ ପାଇଁ ମାସ୍କ ଓ ସାନିଟାଇଜ ର ବ୍ୟବହାର ବାଧ୍ୟତାମୂଳକ କରାଯାଇ ଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details